News portal website
before header

ଏବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ଚଳିତ ବର୍ଷର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଜଣକ ହେଉଛନ୍ତି ଗଞ୍ଜାମ ଜିଲ୍ଲାର। ଗଞ୍ଜାମ ବ୍ଲକ୍‌ରେ ଜଣେ ୨୬ ବର୍ଷୀୟା ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସୂଚନା ମୁତାବକ ମହିଳା ଜଣକ…

ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି

ଆଜି ଦେଶର ସବୁ ରାଜ୍ୟପାଳ ଓ ଉପରାଜ୍ୟପାଳଙ୍କୁ ନୈଶ୍ୟ ଭୋଜି ଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସନ୍ଧ୍ୟା ୭ଟାରେ ଭୋଜିର ଆୟୋଜନ ହୋଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଆସନ୍ତା ୨୪ରେରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ।

ମମିତା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ରାଜ୍ୟ ବାହାରକୁ ଯିବାପାଇଁ ମିଳିଲା ଅନୁମତି । କଣ୍ଟାବାଞ୍ଜି ଏଡିଜେ କୋର୍ଟ ଏହି ଅନୁମତି ପ୍ରଦାନ କରିଥିବା ସୂଚନା ମିଳିଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସ୍ତ୍ରୀ ଓ ଝିଅର ଚିକିତ୍ସା ପାଇଁ ୧୪ ଦିନିଆ…

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଜନତା। ଏ ଘଟଣା ଘଟିଛି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ । ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ…

ନବ ଦମ୍ପତିଙ୍କ ମ୍ୟାରେଜ କଣ୍ଟ୍ରାକ୍ଟ ମାସକୁ ଗୋଟିଏ ପିଜା, ପ୍ରତି ୧୫ ଦିନରେ ଥରେ ଶପିଂ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ମ୍ୟାରେଜ କଣ୍ଟ୍ରାକ୍ଟ । ଏ କଣ୍ଟ୍ରାକ୍ଟରେ ଏମିତି କିଛି ସର୍ତ୍ତ ରହିଛି, ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭାଇରାଲ ମ୍ୟାରେଜ କଣ୍ଟ୍ରାକ୍ଟ ହେଉଛି ଆସାମର ଗୌହାଟୀ ନିକଟ ପଲଟନ ବଜାରରେ ରହୁଥିବା ୨୪ ବର୍ଷୀୟ ଶାନ୍ତି ପ୍ରସାସ ଓ ମିଣ୍ଟୁ…

ଯଶୱନ୍ତ ସିହ୍ନାଙ୍କୁ ଯିବ ରାଜ୍ୟ କଂଗ୍ରେସ ଭୋଟ ସୂଚନା ଦେଲେ ପିସିସି ସଭାପତି

ୟୁପିଏ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ କଂଗ୍ରେସ ବିଧାୟକ। ଦିଲ୍ଲୀରେ ଫେରିବା ପରେ କଂଗ୍ରେସ ବିଧାୟକ ମାନଙ୍କୁ ଭେଟିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ ବିଧାୟକ ମାନଙ୍କୁ ହାଇକମାଣ୍ଡଙ୍କ ନିଷ୍ପତ୍ତି ବିଷୟରେ ଅବଗତ କରାଇଛନ୍ତି। କଂଗ୍ରେସର ସମସ୍ତ ଭୋଟ ମିଳିତ…

ଖାଉଟି ମୁଣ୍ଡରେ ଚଡକ ଜୁଲାଇ ୧୮ରୁ ଏହି ଜିନିଷ ହେବ ମହଙ୍ଗା

ଜୁଲାଇ ୧୮ ତାରିଖରୁ ଖାଉଟିଙ୍କ ମୁଣ୍ଡ ବଥା ବଢିବାକୁ ଯାଉଛି । ଏହାର ସଙ୍କେତ ମିଳିଛି ଜିଏସଟିର ୪୭ତମ ବୈଠକରୁ । ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜୁଲାଇ ୧୮ରୁ କିଛି ନୂଆ ଉତ୍ପାଦ, କିଛି ଦ୍ରବ୍ୟ ଓ ସେବା ଉପରେ ଜିଏସଟିର ହାର ବୃଦ୍ଧି ପାଇବ। ଜାଣନ୍ତୁ କେଉଁ…

ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ

ନୂଆପଡା ଜିଲ୍ଲା ରେଞ୍ଜ ଡୁଆଖେନ ଜଙ୍ଗଲରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ଚାଲିଗଲା ୩ ଯୁବକଙ୍କ ଜୀବନ। ସୂଚନା ମୁତାବକ ଗତକାଲି ସକାଳେ ସମରସିିଂ ଗାଁର ଦୁଇ ଜଣ ଯୁବକ ନୂଆପଡା ରେଞ୍ଜ ଡୁଆଡେନ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । କିନ୍ତୁ ସନ୍ଧ୍ୟା ପୂର୍ବରୁ ନଫେରିବାରୁ…

ମୋଟୁରେ ବନ୍ୟା ପରିସ୍ଥିତି ଆଣିଲା ପୋଲାଭରମ୍ ପ୍ରକଳ୍ପ

ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଏବେ ଓଡିଶା ପାଇଁ କାଳ ସାଜିଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ସୀମାନ୍ତ ମୋଟୁ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି। ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମୋଟୁ ଗ୍ରାମର ପୁରୁଣା ବସ୍ତି ବନ୍ୟା ପାଣିରେ ବୁଡ଼ିଯାଇଛି। ପୁରୁଣା ବସ୍ତିରେ…

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ, ପ୍ରାଣ ହରାଇଲେଣି ୬ ଆକ୍ରାନ୍ତ

ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଏବେ ଝାଡ଼ାବାନ୍ତି ଏକ ବଡ ଧରଣର ସମସ୍ୟା ପାଲଟିଛି। ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ  ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସୁଦ୍ଧା…