ତୁରନ୍ତ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକି ଯୁବନେତା ମହେଶ୍ବର ପରିଡା ଦାବି କରିଛନ୍ତି।

ବେଟି ବଚାଓ ବେଟି ପଢ଼ାଓ ନାରା ଦେଉଥିବା କ୍ଷମତା ପ୍ରାପ୍ତ ଦଳ ପୀଡ଼ିତା ଓ ତାଙ୍କ ପରିବାର ବର୍ଗଙ୍କୁ କିଭଳି ନ୍ୟାୟ ଦେଉଛି ଦେଖିବାକୁ ବାକି ରହିଲା।
ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ପାଇକରାପୁର ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା। ଜଣେ ତେର ବର୍ଷୀୟ ନାବାଳିକାକୁ କୁ-କର୍ମ କରାଯାଇଥିବା ମେଡିକାଲ ରିପୋର୍ଟରୁ ଜାଣିବା ପରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଟକ ରଖି କୋର୍ଟ ଚାଲାଣ କରାଯାଇଥିବା ଜାଣିବା ପାଇଁ ମିଳିଛି।
ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଧର୍ମଶାଳା ଥାନା ବାରବାଟୀ ଅଞ୍ଚଳର ଯୁବକ ପାଇକରାପୁର ଅଞ୍ଚଳର ତେର ବର୍ଷୀୟ ନାବାଳିକା ସହ କୁ-କର୍ମ କରିଥିଲା, ପରିବାର ବର୍ଗ ଏସମ୍ବନ୍ଧରେ ଜାଣିବା ପରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗକୁ ଆଧାର କରି ସମ୍ପୃକ୍ତ ଅଭିଯୁକ୍ତକୁ ପୋଲିସ ଉଠାଇ ଆଣି ତଦନ୍ତ ଜାରି କରିଥିଲା। ପୀଡ଼ିତାଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ଥାନା କେସ ନମ୍ବର ୩୫୮ ରେ ମାମଲା ରୁଜୁ କରି ପୋସ୍କୋ (BNS) ଆକ୍ଟରେ କୋର୍ଟ ଚାଲାଣ କରିବା ସହ ଘଟଣା ପାଇକରାପୂର ଅଞ୍ଚଳରେ ଘଟିଥିଲା ବୋଲି ସ୍ପଷ୍ଟ ହୋଇଛି।
ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଥିବା ବେଳେ ଯାଜପୁର ଜିଲ୍ଲା ବିଜେପି ସଭାପତି ନେତ୍ରୀ ଶ୍ରୀମତି ଦେବଜାନୀ ପ୍ରଧାନଙ୍କ ଅଞ୍ଚଳର ଘଟଣା ବୋଲି ଜାଣିବା ପାଇଁ ମିଳିଛି।ବେଟି ବଚାଓ ବେଟି ପଢ଼ାଓ ନାରା ଦେଉଥିବା କ୍ଷମତା ପ୍ରାପ୍ତ ଦଳ ପୀଡ଼ିତା ପରିବାର ବର୍ଗଙ୍କୁ କିଭଳି ନ୍ୟାୟ ଦେଉଛି ଦେଖିବାକୁ ବାକି ରହିଥିବା ବେଳେ। ତୁରନ୍ତ ଫାଷ୍ଟ ଟ୍ରାକ କୋର୍ଟରେ ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ଡ ଦେବାକି ଯୁବନେତା ମହେଶ୍ବର ପରିଡା ଦାବି କରିଛନ୍ତି।
