News portal website
before header
[URIS id=5393]

ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !

0 44

ଦଶମ ଶ୍ରେଣୀରେ ପଢ଼ନ୍ତି, ନଅ ଦିନ ହେଲା ନିଖୋଜ ଅଛନ୍ତି।୧୨ ଅକ୍ଟୋବର ସକାଳ ସମୟରେ ଟ୍ୟୁସନରୁ ଫେରି,ଘରକୁ ଆସି କୁଆଡେ ଚାଲିଗଲେ ମିଳୁନି ପତ୍ତା।ଏପରି ହୋଇଛି ମଞ୍ଚେଶ୍ୱର ଥାନା ଚକେଇଶିଆଣି ଗ୍ରାମ ଗଣେଶ ବିହାର ଅଞ୍ଚଳରେ।

Notice

ଏନେଇ ମାଆ ରଶ୍ମିତା ସାହୁ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ପରଦିନ ଅର୍ଥାତ ୧୩ ଅକ୍ଟୋବର କରିଥିବା ବେଳେ ପୋଲିସ ୭୯୭/୨୬ ରେ ମାମଲା ରୁଜୁ କରି ୧୩୭(୨) (ବିଏନଏସ ) ଅପହରଣ ବା ନିଖୋଜ ଲଗାଇ ମାମଲା ରୁଜୁ କରିଥିବା ଜାଣିବାକୁ ମିଳିଛି।

ଆଜିକୁ ନଅ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ୱୟଂନାଥ ସାହୁଙ୍କ କିଛି ଖୋଜ ଖବର ମିଳିନାହିଁ।ଦ୍ୱୈତନଗରୀ ରେ ମାଳମାଳ ସିସିଟିଭି ଲାଗିଥିବା ବେଳେ ସ୍ୱୟଂନାଥ କୁଆଡେ ଅଦୃଶ୍ୟ ହୋଇଗଲେ ତାକୁ ନେଇ ବଢିଛି ଆଶା ଓ ଆଶଙ୍କା। ଅନ୍ୟପଟେ “We Care We Dare” ନାରା ଦେଉଥିବା କମିଶନରେଟ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇରହିଛି।ପିଲାଟି ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ଛୋଟଛୁଆ ଅଟେ। ନଅଦିନ ଧରି ନିଖୋଜ ରହିବା କୌଣସି ସୂଚନା ନ ମିଳିବା ପରିବାର ବର୍ଗଙ୍କୁ ବ୍ୟତିବ୍ୟସ୍ତ କରୁଥିବା ବେଳେ ପୂଜା ଭିଡରେ ଠାବ କରିବା ମଧ୍ୟ ଚ୍ୟାଲେଞ୍ଜ ହୋଇଛି।

Leave A Reply

Your email address will not be published.