News portal website
before header
[URIS id=5393]

ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବର

0 411

ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟର ଉପାଧି ପାଇଲେ ମହେଶ୍ବର ପରିଡା।କର୍ମ ହିଁ ଭଗବାନ ମାନି ନେଇଥିବା ଯୁବ ସମାଜସେବୀ ମହେଶ୍ଵର ପରିଡାଙ୍କୁ, ସମାଜସେବାରେ ନିଜର ଉଲ୍ଲେଖନୀୟ ଅବଦାନ କର୍ମ-ତତ୍ପରତା, ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ବଡ଼ଚଣା ଜନମାନସରେ ନିଜର ସ୍ୱତନ୍ତ୍ରତା ସୃଷ୍ଟି କରିଥିବା ନିଆରା ବ୍ୟକ୍ତିତ୍ଵଙ୍କୁ

Notice

“-ବସୁଧୈବ କୁଟୁମ୍ବକମ-” ନିଦର୍ଶନରେ ଭାରତ ସରକାରଙ୍କ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦିତ ଆଇକୋନିକ ହ୍ୟୁମାନ ରାଇଟ୍ସ ଆଣ୍ଡ ଏଜୁକେସନାଲ ଅର୍ଗନାଇଜେସନ ପକ୍ଷରୁ ନୂଆଦିଲ୍ଲୀରେ ସମ୍ମାନସୂଚକ ଡକ୍ଟରେଟ୍ ପୁରସ୍କାର ପ୍ରଦାନ କରାଯାଇଛି।

Iconic Human Rights and Educational Organisation ର ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷଙ୍କୁ ପ୍ରଦତ୍ତ କ୍ଷମତା ଅନୁଯାୟୀ, ଏବଂ ମୂଲ୍ୟାୟନ ବୋର୍ଡ ଦ୍ୱାରା ଯଥାର୍ଥ ମୂଲ୍ୟାୟନ ଓ ସୁପାରିଶ କ୍ରମେ, ଏହି ପୁରସ୍କାର ପ୍ରମାଣପତ୍ର ପ୍ରଦାନ କରାଯାଉଛି ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି।

ଡକ୍ଟର ମହେଶ୍ୱର ପରିଡା ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିବା ବେଳେ ଏହାର ସମସ୍ତ ଶ୍ରେୟ ବଡ଼ଚଣାର ଜଣ ସାଧାରଣ ବୋଲି ମତବ୍ୟକ୍ତ କରିଛନ୍ତି।କେବଳ ସମାଜସେବା ନୁହଁ ପ୍ରତକ୍ଷ ଓ ପରୋକ୍ଷ ରାଜନୀତିରେ ନିଜର ନିଷ୍ଠା ଓ ପରାକାଷ୍ଠା ପାଇଁ ଆଜି ବି ବଡ଼ଚଣାବାସୀଙ୍କ ଜନାଦୃତ ହୋଇଥିବା ମହେଶ୍ବର ପରିଡାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.