ଅଷ୍ଟିନ ନ୍ୟୁଜ/ଉଦୟଗିରି

ତା-୦୨-ଜୁନ-୨୦୨୪
ଯୁଗସ୍ରଷ୍ଟା ଶୋଭନୀୟ ଶିକ୍ଷାଶ୍ରମ ଉଦୟଗିରି ଠାରେ ଆଜି ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶିକ୍ଷାଶ୍ରମର ପ୍ରତିଷ୍ଠାତା ସ୍ୱର୍ଗତ ପୂଜ୍ୟ ଶ୍ରୀ କୁମାର ଭାଇ, ସ୍ଵର୍ଗୟା ରୁକ୍ମଣୀ ଗୁରୁମା,ସତ୍ୟଭାମା ଗୁରୁମା, ଜୟନ୍ତୀ ଗୁରୁମା ଓ ସୌଭାଗିନି ଗୁରୁମାଙ୍କ ଅସ୍ଥି ବିସର୍ଜନ ନିମନ୍ତେ ପ୍ରୟାଗରାଜ,ଗୟାକୁ ଆଶ୍ରମର ଗୁରୁମାଆମାନେ ଯାଇଥିଲେ।

ସେଠାରୁ ଫେରି ଆଜି ଆଶ୍ରମରେ ଏକ ଶୋକ ସଭା ଆୟୋଜନ କରିଥିଲେ।ପ୍ରାରମ୍ଭରେ ସ୍ୱର୍ଗୀୟା ଗୁରୁମାଆ ମାନଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଦିଆଯାଇଥିଲା,ମହେଶ୍ୱର ବଳ ଧୂପ ଓ ପ୍ରଦୀପ ପ୍ରଜ୍ଵଳନ କରିବା କରିଥିଲେ।ସଭାରେ ଡା. ଅରୁନ୍ଧତୀ ଦେବୀ ସଭାପତିତ୍ୱ କରିଥିବାବେଳେ ଉଦୟଗିରି ବୁଦ୍ଧ ମହୋତ୍ସବ କମିଟିର ଆବାହକ ଶ୍ରୀଯୁକ୍ତ ମହେଶ୍ୱର ବଳ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଭାପତି,ଉଦୟଗିରି ମହୋତ୍ସବ କମିଟିର ସଦସ୍ୟ ଶ୍ରୀଯୁକ୍ତ ଦୟାନିଧି ସାମଲ,ରାଜନେତା(ସ୍ୱାଧୀନ ବିଧାୟକ ପାର୍ଥି ବଡଚଣା) ଅଜୟ ଅନୁରାଗ ମହାନ୍ତି,ପ୍ରାକ୍ତନ ମଝିପଡା ସରପଞ୍ଚ ଶ୍ରୀଯୁକ୍ତ କରୁଣାକର ରଣା,ସ୍ତମ୍ଭକାର ଶ୍ରୀଯୁକ୍ତ ଶୁଭେନ୍ଦୁ କୁମାର ଭୂୟାଁ ମଞ୍ଚରେ ଉପସ୍ଥିତ ଥିଲେ।

ସମସ୍ତେ ଅନୁଷ୍ଠାନର ଅତୀତର ଗୌରବମୟ ସମୟକୁ ମନେପକାଇ ନିଜ ନିଜର ସ୍ମୃତି ଉଜିବିତ କରିଥିବା ବେଳେ, ଉଦୟଗିରି ଚଣ୍ଡିଆ ଅଞ୍ଚଳର ଜନ ସାଧାରଣ ଆଶ୍ରମ ଛାତ୍ରଛାତ୍ରୀ, କର୍ମକର୍ତ୍ତା, ଗୁରୁମାମାନେ ଉପସ୍ଥିତ ଥିଲେ।ସଭା ପରେ ପ୍ରସାଦ ସେବନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା।
