ଆନ୍ଧ୍ରପ୍ରଦେଶର ପୋଲାଭରମ୍ ପ୍ରକଳ୍ପ ଏବେ ଓଡିଶା ପାଇଁ କାଳ ସାଜିଛି। ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମାଲକାନଗିରି ସୀମାନ୍ତ ମୋଟୁ ଗ୍ରାମରେ ଏବେ ବନ୍ୟା ପରିସ୍ଥିତି। ଆନ୍ଧ୍ରର ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶାର ମୋଟୁ ଗ୍ରାମର ପୁରୁଣା ବସ୍ତି ବନ୍ୟା ପାଣିରେ ବୁଡ଼ିଯାଇଛି। ପୁରୁଣା ବସ୍ତିରେ ଥିବା ପ୍ରାୟ ୧୫ରୁ ଅଧିକା ଘର ଏବେ ବନ୍ୟାପାଣିରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ଗୋଦାବରୀ ଫୁଲୁଥିବାରୁ ପ୍ରଭାବରେ ମୋଟୁ ଅଞ୍ଚଳ ଜଳମଗ୍ନ । ସେପଟେ ସିଲେରୁ ଓ ସାବେରୀ ନଦୀରେ ପଶିଲା ଗୋଦାବରୀର ପଛୁଆ ପାଣି। ଏନ୍ଏଚ୍ ୩୨୬ ଏବେ ଜଳମଗ୍ନ ଫଳରେ ପଡ଼ୋଶୀ ରାଜ୍ୟକୁ ଯାତାୟାତ ଠପ୍ ହୋଇଯାଇଛି । ସେହିପରି ରାସ୍ତା ଉପରେ ଏବେ ଡଙ୍ଗା ଚାଲୁଥିବାର ଦେଖିବାକୁ ମିଳିଛି।

