ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକରେ ଏବେ ଝାଡ଼ାବାନ୍ତି ଏକ ବଡ ଧରଣର ସମସ୍ୟା ପାଲଟିଛି। ଝାଡ଼ାବାନ୍ତିରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ରାୟଗଡ଼ା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସୁଦ୍ଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ସେହିପରି ଅସୁସ୍ଥ ଥିବା ୧୬ ଜଣ ଆକ୍ରାନ୍ତଙ୍କୁ ଟିକିରି, କାଶିପୁର ଓ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଗାଁରେ ମେଡିକାଲ୍ ଟିମ୍ ପହଞ୍ଚି ଲୋକମାନଙ୍କର ଚିକିତ୍ସା କରୁଛନ୍ତି।

