ମୋବାଇଲ ଚାଟ ଖୋଲିବ ଗୁମର !

ଯାତ୍ରାରାଣୀ ସିଂହବାହିନୀର ଜଣେ କଳାକାର ଆତ୍ମହତ୍ୟା କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି।ଆତ୍ମହତ୍ୟା କରିବାର କାରଣ ପ୍ରେମଜନିତ କୁହାଯାଉଥିବାବେଳେ,ଯାହାକୁ କେନ୍ଦ୍ର କରି ଘଟଣା ଘଟିଛି ସେ ଜଣେ ଆଗ ଧାଡ଼ିର କଳାକାର ବୋଲି ଜାଣିବାକୁ ମିଳିଛି।

ମୃତ ଦେହକୁ ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।ମୃତ କଳାକାରଙ୍କର ନାମ ପ୍ରଶାନ୍ତ ମାଝୀ ତାଙ୍କ ଘର ବାଳିଆପାଳ ଅଟେ । ଘଟଣାସ୍ଥଳରେ ଯାତ୍ରା ମାଲିକ ସଂଜୀବ ପାଢ଼ୀ,ଅଭିନେତା ପୀୟୂଷ ତ୍ରିପାଠୀ, ଅଭିନେତ୍ରୀ ଏବଂ ଅନ୍ୟାନ୍ୟ କଳାକାର ମାନେ ମେଡ଼ିକାଲରେ ପହଞ୍ଚିଥିବା ଜଣାପଡିଛି।

ଦୁଇଦିନ ଧରି ବାସୁଦେବପୁର ଅଞ୍ଚଳର ବେତଡ଼ାରେ ମାଆ ଗଜଲଷ୍ମୀଙ୍କ ପୂଜା ପାଇଁ ଯାତ୍ରା ସିଂହବାହିନୀ ଯାତ୍ରା ପରିବେଷଣ କରୁଥିଲା। ଆଜି ଥିଲା ଶେଷ ରଜନୀ। କିନ୍ତୁ ତାହା ପୂର୍ବରୁ ଘଟିଯାଇଛି ଏଭଳି ଅଘଟଣ।
ପୂର୍ବ-କ୍ୟାମ୍ପରୁ ସମ୍ପୃକ୍ତ ମହିଳାଙ୍କ ସହ ପ୍ରଶାନ୍ତଙ୍କ ସମ୍ପର୍କ କଥାବାର୍ତ୍ତା ହାଟ୍ସ ମାଧ୍ୟମରେ ଚାଟିଙ୍ଗ ଥିଲା ବୋଲି ଜାଣିବାକୁ ମିଳିଛି। କେଉଁ ପରିସ୍ଥିତି ଆସିଲା ଯାହାକି ପ୍ରଶାନ୍ତ ନିଜକୁ ହତ୍ୟା କରିବା ପାଇଁ ବାଧ୍ୟ ହେଲେ ତାକୁ ନେଇ ଉଠିଛି ଅସମାହିତ ପ୍ରଶ୍ନ ?ଏନେଇ ଯାତ୍ରା ପ୍ରଯୋଜକ କୌଣସି ମୁହିଁ ଖୋଲିବା ନଥିବାବେଳେ, ଉଭୟଙ୍କ ମୋବାଇଲ ଜବତ କରି ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ଯାତ୍ରାର ସମସ୍ତ ସଦସ୍ୟଙ୍କ ଦାବି ରହିଛି।
