News portal website
before header
[URIS id=5393]

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ

0 160

ବୁଷ୍ଟର ଡୋଜ୍ ନମିଳିବାରୁ ମେଡିକାଲ ଅଧିକାରୀଙ୍କୁ ତାଲା ପକାଇଲେ ଉତ୍ତ୍ୟକ୍ତ ଜନତା। ଏ ଘଟଣା ଘଟିଛି ବାଲେଶ୍ୱର ସୁନାହଟ ସହରାଞ୍ଚଳ ମେଡିକାଲରେ । ଗତ କାଲି ଠାରୁ ଦେଶରେ ଆରମ୍ଭ ହୋଇଛି ୭୫ ଦିନିଆ କରୋନା ବିରୋଧୀ ସ୍ୱତନ୍ତ୍ର ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ୧୮ରୁ-୫୯ ବର୍ଷ ଲୋକଙ୍କୁ ମାଗଣାରେ ବୁଷ୍ଟର ଡୋଜ୍‌ ଦିଆଯାଉଛି। ଏଥିପାଇଁ ବହୁ ସଂଖ୍ୟାରେ ଲୋକେ ବୁଷ୍ଟର ଡୋଜ୍‌ ନେବା ପାଇଁ ବାଲେଶ୍ୱର ମେଡିକାଲ୍ ବାହାରେ ଆସି ଅପେକ୍ଷା କରି ରହିଥିଲେ। ଅଫଲାଇନ୍‌ରେ ଟିକା ନେବା ପାଇଁ ଲୋକେ ଆସିଥିଲେ। ହେଲେ ଟିକା କେବଳ ୨ ଶହ ଥିବାରୁ ଏହାକୁ ଅନଲାଇନ୍‌ରେ ବୁକ୍ କରିଥିବା ବ୍ୟକ୍ତିଙ୍କୁ ଦିଆଯିବ ବୋଲି ମେଡିକାଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏହା ଜାଣିବା ପରେ ସକାଳୁ ଆସି ଲମ୍ବା ଲାଇନ୍‌ରେ ଅପେକ୍ଷା କରିଥିବା ଲୋକେ ମେଡିକାଲ୍ ଅଧିକାରୀଙ୍କୁ ତାଲା ପକାଇ ରଖିଥିଲେ।

Leave A Reply

Your email address will not be published.