News portal website
before header
[URIS id=5393]

ଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !

0 113
Notice

ମୋବାଇଲରୁ ନଜର ହଟାଇ ଚେସରେ ଧ୍ୟାନ ଦେବାକୁ IRS ରଞ୍ଜନ ମହାନ୍ତିଙ୍କ ନିବେଦନ।

ଓଡ଼ିଶା / ଭିଲାଇ

(ଚିନ୍ତକ)

ଛତିଶଗଡ଼ର ଶତରଞ୍ଜ ସଂଘ ଦ୍ୱାରା ଅଗ୍ରସେନ ଜନ କଲ୍ୟାଣ ସମିତି ଏବଂ ଅଗ୍ରସେନ ମହିଳା କଲ୍ୟାଣ ସମିତି ଭିଲାଇ ସହଯୋଗରେ ଜିଲ୍ଲା ଶତରଞ୍ଜ ସଂଘ ଦୁର୍ଗର ୩୧ ଅକ୍ଟୋବର ଏବଂ ୧ ନଭେମ୍ବରରେ ଆୟୋଜିତ ଛତିଶଗଡ଼ ଷ୍ଟେଟ୍ ରାପିଡ୍ ଏବଂ ବ୍ଲିଟଜ୍ ଫିଡେ ରେଟେଡ୍ ଶତରଞ୍ଜ ଚାମ୍ପିଅନସିପ ଶେଷ ହୋଇଛି।

ଉଭୟ ବର୍ଗରେ ରାଜନାନ୍ଦଗାଁର ସ୍ପର୍ଶ ଖଣ୍ଡେଲୱାଲ ଷ୍ଟେଟ୍ ଚାମ୍ପିଅନସିପ୍ ହେବାର ଗୌରବ ଅର୍ଜନ କରିଛନ୍ତି।ପୁରସ୍କାର ବିତରଣ ଏବଂ ସମାପନ ସମାରୋହର ମୁଖ୍ୟ ଅତିଥି ଆସିଷ୍ଟାଣ୍ଟ କମିଶନର ଇନକମ ଟ୍ୟାକ୍ସ, ଫିଡେ ଇନଷ୍ଟ୍ରକ୍ଟର, ମେମ୍ବର ଅଫ୍ ଇଭେଣ୍ଟସ୍ କମିଟୀ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ଶ୍ରୀ ରଂଜନ ମହାନ୍ତି ଉପସ୍ଥିତି ଥିଲେ।

କାର୍ଯ୍ୟକ୍ରମର ଅଧ୍ୟକ୍ଷତା ପ୍ରଦେଶ ଶତରଞ୍ଜ ସଂଘର କୋଷାଧ୍ୟକ୍ଷ ପ୍ରଦୀପ ଦାସ ଏବଂ ବିଶିଷ୍ଟ ଅତିଥି ଭାବେ ବିକ୍ରମ, ଆୱାର୍ଡ ବିଜେତା ଶ୍ରୀମତୀ କିରଣ ଅଗ୍ରୱାଲ, ପ୍ରଦେଶ ଶତରଞ୍ଜ ସଂଘର ମହାସଚିବ ବିନୋଦ ରାଠୀ, ଆର୍ବିଟର କମିଶନର ଚେୟାରମ୍ୟାନ ,ଅଳଙ୍କାର ଭିୱଗଡେ, ରମେଶ ଅଗ୍ରୱାଲ ଏବଂ ଇଣ୍ଟରନ୍ୟାସନାଲ ଆର୍ବିଟର ଓ ପ୍ରତିଯୋଗିତାର ମୁଖ୍ୟ ନିର୍ଣ୍ଣାୟକ ରକି ଦେୱାଙ୍ଗନ ଉପସ୍ଥିତ ଥିଲେ।

ଜିଲ୍ଲା ଶତରଞ୍ଜ ସଂଘ ଦୁର୍ଗର ଅଧ୍ୟକ୍ଷ ଈଶ୍ୱର ସିଂହ ରାଜପୁତ ପ୍ରତିଯୋଗିତା ବିଷୟରେ ସୂଚନା ଦେଉଥିଲେ। ଛତିଶଗଡ଼ ରାଜ୍ୟ ରାପିଡ୍ ଏବଂ ବ୍ଲିଟଜ୍ ଫିଡେ ରେଟେଡ୍ ଶତରଞ୍ଜ ଚାମ୍ପିଅନସିପ୍ 2026 ର ଆୟୋଜନ ଭିଲାଇରେ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିଯୋଗିତାରେ ରାଜ୍ୟର 17 ଟି ଜିଲ୍ଲାରୁ ଆସିଥିବା 328 ଖେଳାଳି ନିଜ ପ୍ରତିଭା, ରଣନୀତି କୌଶଳ ଏବଂ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରିଛନ୍ତି। ଉଭୟ ପ୍ରତିଯୋଗିତାରେ ମୋଟ 9 ରାଉଣ୍ଡ ଖେଳାଯାଇଥିଲା, ଯାହା ପରେ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଥିଲା।

ମୁଖ୍ୟ ଅତିଥି ରଂଜନ ମହାନ୍ତି ଶାନଦାର ଆୟୋଜନ ପାଇଁ ଛତିଶଗଡ଼ ପ୍ରଦେଶ ଶତରଞ୍ଜ ସଂଘ ଓ ଜିଲ୍ଲା ଶତରଞ୍ଜ ସଂଘକୁ ପ୍ରଶଂସା କରି ପ୍ରଦେଶ ସାରା ଆସିଥିବା ଶତରଞ୍ଜ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।ମୋବାଇଲରୁ ଦୂରେଇ ରହି ଏହି ବୁଦ୍ଧି କୌଶଳ ବଢ଼ାଉଥିବା ଖେଳରେ ଧ୍ୟାନ ଦେବା ପାଇଁ ପରାମର୍ଶ ମଧ୍ୟ ଦେଇଥିଲେ।

ଫଳାଫଳ ରାପିଡ୍ ବର୍ଗ:

ସ୍ପର୍ଶ ଖଣ୍ଡେଲୱାଲ (ରାଜନାନ୍ଦଗାଁ) – 8 ପଏଣ୍ଟରେ ପ୍ରଥମ, ଯଶଦ ବମ୍ବେଶ୍ୱର (ଦୁର୍ଗ) – 8 ପଏଣ୍ଟରେ ଦ୍ୱିତୀୟ,

ପ୍ରାଞ୍ଜଲ ସିଂହ (ଦୁର୍ଗ) – 7.5 ପଏଣ୍ଟରେ ତୃତୀୟବ୍ଲିଟଜ୍ ବର୍ଗ: ସ୍ପର୍ଶ ଖଣ୍ଡେଲୱାଲ – 8.5 ପଏଣ୍ଟରେ ପ୍ରଥମ,

ଯଶଦ ବମ୍ବେଶ୍ୱର – 8 ପଏଣ୍ଟରେ ଦ୍ୱିତୀୟ, ସାଲିକ ନୱାଜ ମନିହାର – 7.5 ପଏଣ୍ଟରେ ତୃତୀୟ

Leave A Reply

Your email address will not be published.