News portal website
before header
[URIS id=5393]

ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁ

0 162

ଶିକ୍ଷାନୁଷ୍ଠାନରେ ପିଲାଙ୍କ ମଧ୍ୟରେ ଜାତିଭେଦ ଆଣୁଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ନିଆଯାଉଛି ଦେଖିବାକୁ ବାକି ରହିଲା।

Notice

ନିଆଳି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପାଲଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି ସେହି ବିଦ୍ୟାଳୟର ଜଣେ ଅଭିଭାବକ।ନଭେମ୍ବର ସାତ ୨୦୨୬ ଦିନ ୧୧ଟା ୨୦ ସମୟରେ ହରିହର ମଲିକଙ୍କ ବାପା ତପନ ମଳିକଙ୍କ ବାପାଙ୍କୁ ଫୋନ କରି ପିଲାର ଚରିତ୍ର ସମ୍ପର୍କରେ କହିବା ସହ ମୁରବୀ ଉପରେ ପ୍ରଶ୍ନ ମଧ୍ୟ ଉଠାଇଥିଲେ।

ଯାହାକୁ କେନ୍ଦ୍ରକରି ତପନ ମଲିକ ବିଦ୍ୟାଳୟରେ ପହଞ୍ଚିବା ସହ ପ୍ରଧାନଶିକ୍ଷକଙ୍କୁ ଭେଟ କରିଥିଲେ। ସେଠି ତାଙ୍କୁ ତାଙ୍କ ଜାତି ଜନିତ ଆକ୍ଷେପ କରିବା ସହ ଦୁର୍ବ୍ୟବହାର କରାଯାଇଛି ବୋଲି ଏତଲାରେ ଦର୍ଶାଇଛନ୍ତି।ଗାଁ ର ମୁରବୀମାନଙ୍କ ନିକଟରେ ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଲିଚନ୍ଦ୍ରପୁର ଥାନାର ଦ୍ୱାରସ୍ଥ ହେବା ସହ ନ୍ୟାୟ ପାଇଁ ଭିକ୍ଷା କରିଛନ୍ତି।

ଘଟଣା ସମ୍ପର୍କରେ ପ୍ରଧାନଶିକ୍ଷକ ଏବଂ ବ୍ଲକ ଏଜୁକେସନ ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରିନଥିଲା।ଶିକ୍ଷାନୁଷ୍ଠାନରେ ପିଲାଙ୍କ ମଧ୍ୟରେ ଜାତିଭେଦ ଆଣୁଥିବା ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଇନଗତ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ନିଆଯାଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.