News portal website
before header
[URIS id=5393]

ବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !

0 101

ଭିଜିଲାନ୍ସ ବିଭାଗ ଦ୍ୱାରା ରାସ୍ତା ଓ କୋଠାବାଡ଼ି ନିର୍ମାଣର ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠୀଙ୍କର ୭ଟି ସ୍ଥାନରେ ଚଢ଼ାଉ।

Notice

ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ତପନ ସେଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ (AEE), ଆର ଆଣ୍ଡ ବି ସବ-ଡିଭିଜନ, ବଡ଼ଚଣା, ଯାଜପୁରଙ୍କ ବିରୁଦ୍ଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି।

ସ୍ୱତନ୍ତ୍ରଜଜ୍, ଭିଜିଲାନ୍ସ, କଟକଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ 3 ଜଣ ଅତିରିକ୍ତ SP, 6 ଜଣ DSP, 3 ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କ ଦ୍ୱାରା ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି।

ଚଢ଼ାଉ ହେଉଥିବା 7ଟି ସ୍ଥାନ:

1. ତିନି ମହଲା କୋଠା, ପ୍ଲଟ ନଂ F/779, ସେକ୍ଟର-7, CDA, କଟକ।

2. ତିନି ମହଲା କୋଠା, ସିଦ୍ଧ ମହାବୀର, ପୁରୀ।

3. କାନ୍ତପଡ଼ା, କଟକରେ ଥିବା ଫାର୍ମ ହାଉସ୍ ସହ ଏକ ସିମ୍ପ୍ଲେକ୍ସ।

4. ନିଜ ଗାଁ ଝିଙ୍କିରିଆ, ଥାନା କୋଣାର୍କ, ପୁରୀରେ ଦୁଇ ମହଲା ଘର।5. ଶ୍ୱଶୁର ଘର, ବାନ୍ତୁନିଆ, ଶିବ ମନ୍ଦିର ନିକଟ, 42 ମୌଜା, କଟକ।6. କଣ୍ଟାବାଡ଼, ଭୁବନେଶ୍ୱରରେ ଦୁଇ ମହଲା କୋଠା।

7. ଶ୍ରୀ ସେଠୀଙ୍କ କାର୍ଯ୍ୟାଳୟ ଚାମ୍ବର,ଆର ଆଣ୍ଡ ବି ସବ-ଡିଭିଜନ, ବଡ଼ଚଣା, ଯାଜପୁରରେ ଚଢ଼ାଉ ଜାରି ରହିଛି।

କିଛି ଦିନ ତଳେ ଜେଇ ବନ୍ଦିତା ଦାସଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢଉ କରି ଧରିଥିବା ବେଳେ ଆଜି AEE ଙ୍କ କାର୍ଯ୍ୟାଳୟ ସମେତ ଛଅ ଜାଗା ରେଡ ହେବା ଦୁର୍ନୀତି କେତେ ମାତ୍ରାରେ ଚାଲୁଛି ତାହା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.