News portal website
before header

ସ୍ବିଗି ଡେଲିଭରି ବ୍ଏର ସନ୍ଦେହଜନକ ମୃତ୍ୟୁ

ସ୍ୱିଗି ଡେଲିଭରି ବୟର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ଲ’ ୟୁନିଭର୍ସିଟି କଲେଜ ସମ୍ମୁଖରୁ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ହେଉଛନ୍ତି ସିଡିଏ ଅଞ୍ଚଳ। ଫେଜ୍-୨ ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି। 

ନିଯୁକ୍ତି କ୍ଷେତ୍ରରେ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ ମହଙ୍ଗା ପଡିଲା ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ ସିଇଓ

ବହୁ ବାଦବିବାଦ ପରେ ଚାକିରିରୁ ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର କାର୍ଯ୍ୟ ନିର୍ବାହୀ ଅଧିକାରୀ । ଗତ କିଛିଦିନ ତଳେ ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଅଣଓଡ଼ିଆଙ୍କୁ ଓପିଡି ମ୍ୟାନେଜରରେ ଭାବେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଥିଲେ । ଏହାକୁ ନେଇ ବହୁ ବୁଦ୍ଧିଜୀବୀ ଓ ସଚେତକ ନାଗରିକ…

ମଣିପୁରରେ ଭୂକମ୍ପ

ଗତକାଲି ବିଳମ୍ବିତ ରାତ୍ରିରେ ମଣିପୁର ଭୂମିକମ୍ପ ହୋଇଥିବା ଜଣାପଡ଼ିଛି । ଶନିବାର ରାତି ୧୧.୪୨ ସମୟରେ ଆସମର ପୂର୍ବ ଦକ୍ଷିଣପଟରେ ଥିବା ମୋଏରାଙ୍ଗ, ମଣିପୁର ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଜାତୀୟ ଭୂକମ୍ପ ବିଜ୍ଞାନ…

୧୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର : ଜୁଲାଇ ୧୯ ତାରିଖ ପୂର୍ବାହ୍ନ ୧୦ଟାରେ ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ବୈଠକ ବସିବା ନେଇ ସୂଚନା ମିଳିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ…

ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ

ବାଂଲାଦେଶରେ ଫେସବୁକ ପୋଷ୍ଟରୁ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତେବେ ବାଂଲାଦେଶରେ କ୍ରମାଗତ ଭାବେ ହିନ୍ଦୁ ମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ ଲୋହାଗରାରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଘର ଜାଳିଦେଲେ ଉତ୍ତେଜନାକାରୀ। ବାଂଲାଦେଶରେ ଲଗାତାର ହିନ୍ଦୁଙ୍କ ଉପରେ ହେଉଛି…

ସୋସିଆଲ ମିଡ଼ିଆରେ ବୁଲୁଛି ଫେକ୍ ଗାଇଡଲାଇନ୍

ସୋସିଆଲ ମିଡିଆରେ ବୁଲୁଛି ଫେକ୍ ଗାଇଡଲାଇନ। ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଏସ୍‌ଆରସିଙ୍କ ପକ୍ଷରୁ କୌଣସି କୋଭିଡ୍ ସର୍କୁଲାର ଜାରି ହୋଇନାହିଁ । କିନ୍ତୁ ସୋସିଆଲ ମିଡ଼ିଆରେ ଫେକ୍ ଗାଇଡଲାଇନ୍ ଘୂରି ବୁଲୁଥିବା ନଜରକୁ ଆସିବା ପରେ ଏସ୍‌ଆରସିଙ୍କ ପକ୍ଷରୁ ଟ୍ବିଟ୍‌ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି।…

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ଲ୍ୟାଣ୍ଡ କଲା ଇଣ୍ଡିଗୋ ବିମାନ

ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚିରେ ଓହ୍ଲାଇଲା। ସୂଚନା ମୁତାବକ ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଉଡାଣ ଭରିଥିଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ। କିନ୍ତୁ ଅଧାବାଟରେ ବିମାନରେ ଯାନ୍ତ୍ରିକ…

ପାହାଡ଼ରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ଝରଣ ଗାଁ ପାହାଡ଼ରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକଙ୍କ ମୁଣ୍ଡକୁ ପଥର ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ ଗତକାଲି…

ଚେନ୍ନାଇରେ ଚେସବୋର୍ଡ ବ୍ରିଜ

ଚେନ୍ନାଇର ନାପିର ବ୍ରିଜକୁ ଚେସବୋର୍ଡ ଭଳି ସଜେଇ ଦିଆଯାଇଛି । ୪୪ ତମ ଫିଡେ ଚେସ ଅଲମ୍ପିଆଡକୁ ଦୃଷ୍ଟିରେ ରଖି ବ୍ରିଜକୁ ଚେସବୋର୍ଡ ଭଳି ସଜାଇ ଦିଆଯାଇଛି । ତେବେ ଏଠାରେ ସୂଚନାଯୋଗ୍ୟ ଯେ ଜୁଲାଇ ୨୮ରୁ ମଲ୍ଲପୁରମରେ ଚେସ୍ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି ।

ଆଜିଠୁ କମିବ ବର୍ଷା

ଆଜିଠାରୁ ବର୍ଷା ପ୍ରକୋପ କମିବ। ୧୭ ଓ ୧୮ ତାରିଖ ଦୁଇ ଦିନ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ…