News portal website
before header
[URIS id=5393]

ସୋସିଆଲ ମିଡ଼ିଆରେ ବୁଲୁଛି ଫେକ୍ ଗାଇଡଲାଇନ୍

0 122

ସୋସିଆଲ ମିଡିଆରେ ବୁଲୁଛି ଫେକ୍ ଗାଇଡଲାଇନ। ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଏସ୍‌ଆରସିଙ୍କ ପକ୍ଷରୁ କୌଣସି କୋଭିଡ୍ ସର୍କୁଲାର ଜାରି ହୋଇନାହିଁ । କିନ୍ତୁ ସୋସିଆଲ ମିଡ଼ିଆରେ ଫେକ୍ ଗାଇଡଲାଇନ୍ ଘୂରି ବୁଲୁଥିବା ନଜରକୁ ଆସିବା ପରେ ଏସ୍‌ଆରସିଙ୍କ ପକ୍ଷରୁ ଟ୍ବିଟ୍‌ ଜରିଆରେ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଏପ୍ରିଲ ୧ତାରିଖ ପରଠାରୁ ଏସ୍‌ଆରସି କୌଣସି ପ୍ରକାର କୋଭିଡ ଗାଇଡଲାଇନ୍ ଜାରି କରି ନାହାନ୍ତି। ତେଣୁ ସୋସିଆଲ ମିଡ଼ିଆରେ ଯେଉଁ ଗାଇଡଲାଇନ୍ ଘୂର ବୁଲୁଛି ଏଥିରେ ସତ୍ୟତା ନାହିଁ। ସାମାଜିକ ଗଣମାଧ୍ୟମରେ ଶନିବାର ଅପରାହ୍‌ଣ ୩ଟା ୩୦ରେ ଏସ୍‌ଆରସି ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଘୋଷଣା କରିଥିବା ଏକ ଲେଖା ଘୂରି ବୁଲିଥିଲା। ଏଥିରେ କୁହାଯାଇଥିଲା ଯେ ରାଜ୍ୟର ୨୭ଟି ଜିଲ୍ଲାରେ ସଂକ୍ରମଣ କମ୍ ଥିବା ବେ‌ଳେ କଟକ, ଖୋର୍ଧା, ପୁରୀରେ ଅଧିକ ରହିଛି, ମାତ୍ର ଉଦ୍‌ବେଗଜନକ ନୁହେଁ। ତେଣୁ ଏଥିପାଇଁ କେଉଁ କେଉଁ କଟକଣା ଲଗାଯାଇଛି ତାହା ସଂପର୍କରେ ଉଲ୍ଲେଖ କରାଯାଇଥିଲା। 

Notice
Leave A Reply

Your email address will not be published.