News portal website
before header
[URIS id=5393]

ଆଜିଠୁ କମିବ ବର୍ଷା

0 175

ଆଜିଠାରୁ ବର୍ଷା ପ୍ରକୋପ କମିବ। ୧୭ ଓ ୧୮ ତାରିଖ ଦୁଇ ଦିନ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ୧୮ ତାରିଖ ଦିନ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାପରେ ୧୯ ତାରିଖଠାରୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସୂଚନାଯୋଗ୍ୟ ଯେ ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଶନିବାର ଅପରାହ୍ନ ୨.୩୦ ସୁଦ୍ଧା ଅର୍ଥାତ ୩୬ ଘଣ୍ଟାରେ ଭୁବନେଶ୍ବରରେ ୫୬.୭ ମିମି ବର୍ଷା ରେକର୍ଡ ହୋଇଛି।

Notice
Leave A Reply

Your email address will not be published.