News portal website
before header
[URIS id=5393]

ନିଯୁକ୍ତି କ୍ଷେତ୍ରରେ ଅଣଓଡ଼ିଆଙ୍କୁ ପ୍ରାଧାନ୍ୟ ମହଙ୍ଗା ପଡିଲା ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲ ସିଇଓ

0 129

ବହୁ ବାଦବିବାଦ ପରେ ଚାକିରିରୁ ନିଲମ୍ବିତ ହେଲେ ଉତ୍କଳ ହସ୍ପିଟାଲର କାର୍ଯ୍ୟ ନିର୍ବାହୀ ଅଧିକାରୀ । ଗତ କିଛିଦିନ ତଳେ ସେ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଅଣଓଡ଼ିଆଙ୍କୁ ଓପିଡି ମ୍ୟାନେଜରରେ ଭାବେ ନିଯୁକ୍ତି ପାଇଁ ବିଜ୍ଞାପନ ଜାରି କରିଥିଲେ । ଏହାକୁ ନେଇ ବହୁ ବୁଦ୍ଧିଜୀବୀ ଓ ସଚେତକ ନାଗରିକ ସୋସିଆଲ ମିଡ଼ିଆରେ ଜୋରଦାର ବିରୋଧ କରିଥିଲେ। ବିଭିନ୍ନ ମହଲରୁ ନିନ୍ଦା ପରେ ସେ କ୍ଷମା ମଧ୍ୟ ମାଗିଥିଲେ ଏବେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଉତ୍କଳ ହସ୍ପିଟାଲର ଓପିଡି ମ୍ୟାନେଜର ନିଯୁକ୍ତି କେବଳ ଅଣଓଡ଼ିଆ ପ୍ରାର୍ଥୀ ଆବଦେନ କରିପାରିବେ ବୋଲି ହସ୍ପିଟାଲ ସିଇଓ ବିଜ୍ଞପ୍ତି ଜାରି କରିଥିଲେ । ସେ ଏହି ବିଜ୍ଞପ୍ତିରେ ଲେଖିଥିଲେ ଯେ କୌଣସି କର୍ପୋରେଟ ହସ୍ପିଟାଲରେ ୫ ବର୍ଷରୁ ଅଧିକ ଅଭିଜ୍ଞତା ଥିବା ବ୍ୟକ୍ତି ଏଥିପାଇଁ ଆବେଦନ କରିପାରିବେ ଏବଂ ଆବେଦନକାରୀ ଓଡ଼ିଶା ବାହାରର ହୋଇଥିବା ଦରକାର । 

Leave A Reply

Your email address will not be published.