ଭୁବନେଶ୍ବର : ଜୁଲାଇ ୧୯ ତାରିଖ ପୂର୍ବାହ୍ନ ୧୦ଟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ବୈଠକ ବସିବା ନେଇ ସୂଚନା ମିଳିଛି । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଧାନସଭା ଅଧିବେଶନ ଚାଲୁଥିବା ସମୟରେ କ୍ୟାବିନେଟ୍ ବୈଠକ ଡକାଯାଇଥିବାରୁ ଏଥିରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ପାରିତ ହେବାର ସମ୍ଭାବନା ରହିଛି ।

