News portal website
before header
[URIS id=5393]

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାକିସ୍ତାନରେ ଲ୍ୟାଣ୍ଡ କଲା ଇଣ୍ଡିଗୋ ବିମାନ

0 138

ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ। ଶାରଜାହାରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚିରେ ଓହ୍ଲାଇଲା। ସୂଚନା ମୁତାବକ ରବିବାର ସକାଳେ ଶାରଜାହାରୁ ହାଇଦ୍ରାବାଦ ଉଡାଣ ଭରିଥିଲା ଇଣ୍ଡିଗୋ ଯାତ୍ରୀବାହୀ ବିମାନ। କିନ୍ତୁ ଅଧାବାଟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଜଣାପାରି ବିମାନଟିକୁ କରାଚି ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନଟି କରାଚି ବିମାନବନ୍ଦରରେ ଯାଞ୍ଚ କରାଯାଉଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଯାତ୍ରୀଙ୍କୁ ହାଇଦ୍ରାବାଦ ଆଣିବାକୁ ଆଉ ଏକ ବିମାନ ଇଣ୍ଡିଗୋ କର୍ତ୍ତୃପକ୍ଷ ପଠାଇଛନ୍ତି।

Notice
Leave A Reply

Your email address will not be published.