News portal website
before header
[URIS id=5393]

ପାହାଡ଼ରୁ ଉଦ୍ଧାର ହେଲା ଅଜଣା ଯୁବକଙ୍କ ମୃତଦେହ

0 177

ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଞ୍ଚାୟତ ଝରଣ ଗାଁ ପାହାଡ଼ରୁ ଉଦ୍ଧାର ହେଲା ଜଣେ ଅଜଣା ଯୁବକଙ୍କ ମୃତଦେହ । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଯୁବକଙ୍କ ମୁଣ୍ଡକୁ ପଥର ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ ଗତକାଲି ପ୍ରାୟ ୪ଟା ସମୟରେ କିଛି ଅଜଣା ଲୋକ ମାସ୍କ ପିନ୍ଧି ଏକ କାର୍‌ରେ ଆସି ପାହାଡ଼ ଉପରେ ଥିଲେ। ଶବ ମିଳିଥିବା ସ୍ଥାନର କିଛି ଦୂରରେ ଏକ ଭଲିବଲ୍‌ ପଡ଼ିଆରେ କିଛି ଯୁବକ ଖେଳୁଥିବା ବେଳେ ସେମାନଙ୍କୁ ଦେଖିଥିବା ଜଣା ପଡ଼ିଛି। ଏହି ଯୁବକମାନେ ସେହି ସ୍ଥାନକୁ ଯିବାପରେ ପାହାଡ଼ ଉପରେ ମୃତଦେହ ପଡ଼ିଥିବା ଦେଖି ପାଟପୁର ଥାନାରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Notice
Leave A Reply

Your email address will not be published.