News portal website
before header

କାଶୀପୁର ପରେ କୋରାପୁଟରେ ବ୍ୟାପୁଛି ଝାଡ଼ାବାନ୍ତି

କାଶୀପୁର ପରେ ଏବେ କୋରାପୁଟରେ ଝାଡ଼ାବାନ୍ତି ବ୍ୟାପୁଛି। କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଛତାଆମ୍ବ ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି। ମିଳିଥିବା ସୂଚନା ମୁତାବକ ୨ ଗୁରୁତର ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।  ଗତକାଲି ୪ ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି…

ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭

୨୦୧୧ ଜନଗଣନା ଅନୁସାରେ ରାଜ୍ୟରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ୯୨ ହଜାର ୮୭। ଆଜି ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ସେ କହିଛନ୍ତି ଯେ କୋଭିଡ୍‌ରେ ବାପା ମା’ଙ୍କୁ ହରାଇ ଶ୍ରମିକ ହୋଇଥିବା ପିଲାଙ୍କ ତଥ୍ୟ ମିଳି ପାରି ନାହିଁ। ୯୮୮ ପିଲା ବାପା ମା’ଙ୍କୁ ଓ…

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଡାକ୍ତର

ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଉମାକାନ୍ତ ଖେଜୁରିଆ। ଗତକାଲି ଉମାକାନ୍ତଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ସେ ୧୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସରେ ହାତରେ ଧରାପଡ଼ିଥିଲେ । LIC ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ…

ରାଉରକେଲାରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ରାଉରକେଲା ମହାନଗରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ରାଜ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ବିଭିନ୍ନ ସହରରେ ଏଭଳି ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା…

କାଶୀପୁର ଗସ୍ତ କରିବେ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ବର୍ତ୍ତମାନ ସୁଦ୍ଧା କାଶୀପୁରରେ ମୋଟ ୧୦୪ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ପ୍ରଶାସନ। ଗତକାଲି ସୁଦ୍ଧା ବିଭିନ୍ନ ମେଡିକାଲରେ ୫୬ ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ୪୮ ଆକ୍ରାନ୍ତଙ୍କୁ ଘରେ ଚିକିତ୍ସା…

କାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ

ଆସନ୍ତାକାଲି ପ୍ରକାଶ ପାଇବ CBSE ଦ୍ୱାଦଶ ବୋର୍ଡ ରେଜଲ୍ଟ। ଆସନ୍ତା କାଲି ଦିନ ସାଢ଼େ ୧୨ଟାରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି। ତେବେ ପରୀକ୍ଷାର୍ଥୀମାନେ cbse.nic.in ୱେବ୍‌ସାଇଟ୍‌ରୁ ଜାଣିପାରିବେ ସେମାନଙ୍କ ‌ରେଜଲ୍ଟ । ସୂଚନାଯୋଗ୍ୟ ଯେ ନିକଟରେ ICSE ବୋର୍ଡର ଦଶମ ଶ୍ରେଣୀ…

ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର

ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୨୧ ଶ୍ବେତପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ପ୍ରତି ମାସରେ ରାଜ୍ୟରେ ୪୫ ଜଣ ଡକାୟତିର ଶିକାର ହେଉଛନ୍ତି। ୨୦୨୦ ତୁଳନାରେ ଦୁଷ୍କର୍ମ ଓ ଡକାୟତି ମାମଲା ବଢ଼ିଛି। ଶ୍ବେତ ପତ୍ର…

ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା

ହରିୟାଣା ମର୍ଡର ଘଟଣାର ପୁନରାବୃତ୍ତି ଘଟିଛି। ରାଞ୍ଚିରେ SIଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମହିଳା ସବ୍ ଇନ୍ସପେର ସନ୍ଧ୍ୟା ଟୋପ୍ନୋଙ୍କୁ ଗାଡ଼ି ମଡାଇ ହତ୍ୟା କରାଯାଇଛି। ରାଞ୍ଚତ୍ର ତୁପୁଦନା ଅଞ୍ଚଳରେ ଯାଞ୍ଚ ବେଳେ ଗାଡ଼ି ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।…

ଲୋକପ୍ରିୟ ସିଙ୍ଗର ମିକା ସିଂଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ

ଲୋକପ୍ରିୟ ସିଙ୍ଗର ମିକା ସିଂଙ୍କୁ ମିଳିଗଲା ତାଙ୍କ ଜୀବନ ସାଥୀ । ଜୀବନ ସାଥୀ ପାଇଁ ମିକାଙ୍କର ସ୍ବୟଂବର ଚାଲିଥିଲା। ଏହି ପ୍ରତିଯୋଗୀତାରେ ସାଧାରଣ ଝିଅଙ୍କଠୁ ନେଇ ଅନେକ ଅଭିନେତ୍ରୀ ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ମିକାଙ୍କ ହୃଦୟ ଜିତିଛନ୍ତି ଟିଭିର ଜଣାଶୁଣା ଅଭିନେତ୍ରୀ ତଥା ବିଗ ବସ ଏକ୍ସ…

ଅଫିମ ଚୋରା ଚାଲାଣ ବେଳେ ୫ ଗିରଫ

ଅଫିମ ଚାଲାଣ ବେଳେ ୫ ଜଣଙ୍କୁ ଗିରଫ କଲା ପୋଲିସ। କେନ୍ଦୁଝର ଅଫିମ ଚୋରା ଚାଲାଣ ବେଳେ ଧରାପଡ଼ିଲେ ଅଭିଯୁକ୍ତ। ହରିଚନ୍ଦନପୁର ଥାନା ଠାକୁରପଡ଼ା ଗାଁ ନିକଟରୁ ୧୦ କିଲୋ ଓଜନର ଅଫିମ ଜବତ କରାଯାଇଛି। ଏକ କାର୍ ସହ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।