News portal website
before header
[URIS id=5393]

ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର

0 176

ରାଜ୍ୟରେ ଦିନକୁ ୯ ଜଣ ଦୁଷ୍କର୍ମର ଶିକାର ହେଉଛନ୍ତି। ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୨୧ ଶ୍ବେତପତ୍ରରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ ପ୍ରତି ମାସରେ ରାଜ୍ୟରେ ୪୫ ଜଣ ଡକାୟତିର ଶିକାର ହେଉଛନ୍ତି। ୨୦୨୦ ତୁଳନାରେ ଦୁଷ୍କର୍ମ ଓ ଡକାୟତି ମାମଲା ବଢ଼ିଛି। ଶ୍ବେତ ପତ୍ର ଅନୁଯାୟୀ ରାଜ୍ୟରେ ୨୦୨୦ରେ ୨୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୩୩୨୭ ରହିଛି। ପଞ୍ଜୀକୃତ ହୋଇଥିବା ଏହି ମାମଲା ମଧ୍ୟରୁ ୩୨୪୪ ସତ୍ୟ ମାମଲା ଅଟେ। ତାହା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ୨୩୩୫ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ସେହିପରି ୨୦୨୦ରେ ୫୧୪ ଡାକୟତି ମାମଲା ରୁଜୁ ହୋଇଥିଲା ବେଳେ ୨୦୨୧ରେ ଏହି ସଂଖ୍ୟା ୫୫୨ରେ ପହଞ୍ଚିଛି। ଶ୍ବେତପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୨୧ ମସିହାରେ ଓଡ଼ିଶାରେ ମୋଟ୍ ୧,୫୫,୪୨୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଛି। 

Leave A Reply

Your email address will not be published.