News portal website
before header

ଏଲଓସିରେ ବିସ୍ଫୋରଣ କ୍ୟାପ୍ଟେନଙ୍କ ସମେତ ୨ ଯବାନ ସହିଦ

ଏଲଓସିରେ ବଡ଼ ଧରଣର ଅଘଟଣ।  ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ମଧ୍ୟ…

୫ଦଫା ଦାବି ପୂରଣ ନେଇ ରାଜରାସ୍ତାରେ ଚାଷୀ

ବକେୟା ବୀମା ରାଶି ଦାବିରେ ବରଗଡ଼ରେ ତାତିଲେ ଚାଷୀ। ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରଦାନ ସହ, ୫ଦଫା ଦାବି ପୂରଣ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ରାଜ ବୋଡ଼ାସମ୍ବର କୃଷକ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…

ଆଜି ରାଷ୍ଟ୍ରପତି ନିର୍ବାଚନ

ଆଜି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ପାଇଁ ଆଜି ହେବାକୁ ଯାଉଛି ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା…

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜେଡ଼ି

NDA ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବିଜୁ ଜନତା ଦଳ। ସୂଚନାଯୋଗ୍ୟ ଯେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ୍ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରାଷ୍ଟ୍ରପତି…

ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ ଆଲଭା

ବିରୋଧୀ ଦଳ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ ଆଲଭା। ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ତେବେ ଏଠାରେ ସୂଚନାଯୋଗ୍ୟ ଯେ ମାର୍ଗାରେଟ ଆଲଭା ଗୋଆ, ଗୁଜୁରାଟ, ରାଜସ୍ଥାନ ଏବଂ…

ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର

EOWର ଅନୁରୋଧ କ୍ରମେ ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଏହି ସର୍କୁଲାର ଜାରି କରାଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ…

ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ

ରାୟଗଡ଼ା ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ। ରାୟଗଡ଼ା ନିକଟ ଝୁଲାପୋଲ ନିକଟରେ ହଠାତ୍  ବନ୍ୟାପାଣି ଆସିଯିବାରୁ ଫସିଗଲେ। ନଦୀ ମଝିରେ ଥିବା ଏକ ପଥର ଉପରେ ଉଭୟ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଉଦ୍ଧାର ଉଦ୍ୟମ ଜାରି ରଖିଛି। ନଦୀରେ…

ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ୱୀ – ‘ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ’

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ । ଏହାରି ଭିତରେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି କହିଛନ୍ତି,…

ଟିକାକରଣରେ ରେକର୍ଡ ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ

ଟୀକାକରଣରେ ଭାରତ ପୁଣି ଇତିହାସ ରଚିଲା। ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ। ୧୮ ମାସରେ ୨ଶହ କୋଟି ଡୋଜ୍ ପୂରଣ କଲା ଦେଶ।୫୦ଟି ଦେଶକୁ ପ୍ରାୟ ୨୩ କୋଟି ଡୋଜ୍ ରପ୍ତାନୀ କରିଛି ଭାରତ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶରେ…

ମଙ୍କିପକ୍ସ ପରେ ଆଫ୍ରିକାନ ସ୍ୱାଇନ ଫ୍ଲୁ

ଗତ କିଛିଦିନ ତଳେ କେରଳରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବାବେଳେ ଆଜି ଆସାମରେ ଚିହ୍ନଟ ହୋଇଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଆସାମର ଦିବୃଗଡ଼ ଭୋଗାଲି ଗ୍ରାମରେ ଏକ ଘୁଷୁରିର ନମୁନାରୁ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିବୃଗଡ଼ ଅଞ୍ଚଳର ପ୍ରାଣୀ…