News portal website
before header
[URIS id=5393]

ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!

0 312

ଅଷ୍ଟିନ ନ୍ୟୁଜ/ବଡ଼ଚଣା

Notice

ତା-୨୯-ଅପ୍ରେଲ-୨୦୨୪

ମାଟି ମାଫିଆଙ୍କ ରାଜ ଚାଲିଛି, ଦର୍ପଣ ତହସିଲ ଅଧିନସ୍ଥ ମୂଷାଟିକିରି ଆରଆଇ ସର୍କଲରେ।ଏହି ସର୍କଲରେ ଅଧିକାଂଶ ଜମି ଗୋଚର କିଷମର ଥିବା ବେଳେ,ଅନେକ ସମୟରେ ଏହି ଜମିରୁ ମାଟି ଉଠାଇ ମାଫିଆମାନେ ମାଲାମାଲ ହେଉଥିବାର ଦେଖିବାକୁ ମିଳିଛି।

ସୂଚନା ମୁତାବକ ମୂଷାଟିକିରି ମୌଜାର ଖାତା ନମ୍ବର ୧୫୬୬ ର ପ୍ଲଟ ନମ୍ବର ୧୧୬୨ ଜମିରୁ କୋଣାର୍କ କମ୍ପାନୀ ନାମକ ଏକ ସଂସ୍ଥା ମାଟି ଉଠାଇ ଉଦୟଗିରି ରତ୍ନଗିରି ରାସ୍ତା ଉପରେ ପକାଉଥିବାର ଦେଖିବାକୁ ମିଳିଛି।

ମାଟି ଉଠାଇବା ପାଇଁ ବିଭାଗୀୟ ଅନୁମତି ପ୍ରଦାନ ନିୟମ ଏବଂ ଯେଉଁ ଜମିରୁ ମାଟି ଉଠିବ ତାହାକୁ ତହସିଲ ପ୍ରଶାସନ ଚିନ୍ହଟ କରିବାର ନିୟମ ଥିଲେ ମଧ୍ୟ ଏହାକୁ ଉକ୍ତ କମ୍ପାନୀ ମାନୁ ନ ଥିବାର ଜଣାପଡିଛି।ମୂଷାଟିକିରି ଆରଆଇ ଘଟଣା ସମ୍ପର୍କରେ ଖବର ପାଇ କ୍ଷେତ୍ର ପରିଦର୍ଶନ କରିବା ସହ ଅଵଶ୍ୟକୀୟ ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପ୍ରଦାନ କରିଥିବାର ଜଣାପଡିଥିବା ବେଳେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କଣ ନିଆଯାଉଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.