ଏଲଓସିରେ ବଡ଼ ଧରଣର ଅଘଟଣ। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲା ଅନ୍ତର୍ଗତ ମେନ୍ଧର ସେକ୍ଟର ସୀମାରେ ବିଛା ଯାଇଥିବା ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଥିବା ସୂଚନା ମିଳିଛି। ଏଥିରେ ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ଗତକାଲି ରାତିରେ ଏହି ଘଟଣା ଘଟିଛି । ସ୍ଥଳ ସେନାର ମୁଖପାତ୍ରଙ୍କ ସୂଚନା ମୁତାବକ ଆର୍ମି ଯବାନମାନେ ଏଲଓସିରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା।

