News portal website
before header
[URIS id=5393]

ମଙ୍କିପକ୍ସ ପରେ ଆଫ୍ରିକାନ ସ୍ୱାଇନ ଫ୍ଲୁ

0 138

ଗତ କିଛିଦିନ ତଳେ କେରଳରେ ମଙ୍କିପକ୍ସ ଭୁତାଣୁ ଚିହ୍ନଟ ହୋଇଥିବାବେଳେ ଆଜି ଆସାମରେ ଚିହ୍ନଟ ହୋଇଛି ଆଫ୍ରିକାନ ସ୍ୱାଇନ ଫ୍ଲୁ । ଆସାମର ଦିବୃଗଡ଼ ଭୋଗାଲି ଗ୍ରାମରେ ଏକ ଘୁଷୁରିର ନମୁନାରୁ ଆଫ୍ରିକାନ ସ୍ୱାଇନ ଫ୍ଲୁ ଚିହ୍ନଟ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଦିବୃଗଡ଼ ଅଞ୍ଚଳର ପ୍ରାଣୀ ଚିକିତ୍ସାଧିକାରୀ ହିମାନ୍ଦୁ ବରୁଆ । ସୂଚନା ମୁତାବକ ଭୁତାଣୁ ଚିହ୍ନଟ ହେବା ପରେ ଘୁଷୁରିଟିକୁ ଜୀବନରୁ ମାରିଦିଆଯାଇଛି ।   ଭୁତାଣୁ ଚିହ୍ନଟ ହୋଇଥିବା ଅଞ୍ଚଳରୁ ଏକ କିଲୋମିଟର ପର୍ଯ୍ୟନ୍ତ ସଂକ୍ରମିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା।

Leave A Reply

Your email address will not be published.