News portal website
before header
[URIS id=5393]

ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ୱୀ – ‘ଆମେ ରାଷ୍ଟପ୍ରତି ଭବନରେ ମୂର୍ତ୍ତି ଚାହୁଁନୁ’

0 151

ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ । ଏହାରି ଭିତରେ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି କହିଛନ୍ତି, ‘ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି। ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା ଥିବା ଭଳି ଏନଡିଏ ଜଣଙ୍କୁ ପ୍ରାର୍ଥୀ କରିଛି। ରାଷ୍ଟ୍ରପତି ଭବନ ପାଇଁ ଆମେ ମୂର୍ତ୍ତି ସ୍ଥାପନା କରିବାକୁ ଚାହୁଁନୁ, ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବାକୁ ଚାହୁଁ।’

Notice
Leave A Reply

Your email address will not be published.