News portal website
before header
[URIS id=5393]

ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!

0 305

ଅଷ୍ଟିନ ନ୍ୟୁଜ/ଯାଜପୁର

ତା-୧୧-ଅପ୍ରେଲ-୨୦୨୪

ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅନ୍ତର୍ଗତ ସାଉଡ଼ିଆ ଅଞ୍ଚଳରୁ ରାତି ହେଲେ ଚାଲାଣ ହେଉଛି ମାଟି।ତାହା ପୁଣି ପର ଜମିରୁ ଜେସିବି ହାଇବା ଲଗେଇ।ଜମିର ମାଲିକ ଜାଣୁନି ମାଟି ଉଠାଉଛନ୍ତି କିଏ।ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା ଆଜି ସନ୍ଧ୍ୟା ପରେ ସାଉଡ଼ିଆ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ଶାଖା ନିକଟରେ ଦେଖିବାକୁ ମିଳିଛି।

ଏହି ଗ୍ରାମର କିଛି ଲୋକଙ୍କ ଜମିରୁ ମାଟି ଉଠାଇ ବୁହାହେଉଥିବାର ଲୋକେ ଜାଣିବାକୁ ପାଇଥିଲେ।ହାଇବାରେ ମାଟି ବୁହା ହେଇ ଯାଉଥିବା ବେଳେ ଇଣ୍ଡିଆନ ବ୍ୟାଙ୍କ ଶାଖା ନିକଟରେ ଗାଡିକୁ ଅଟକାଇବା ସହ ଦର୍ପଣ ତହସିଲଦାରଙ୍କୁ ଖବର ଦେଇଛନ୍ତି ବୋଲି ଜମି ମାଲିକ ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହି ମାଟି ରାସ୍ତା ଓ ବନ୍ଧ ନିର୍ମାଣ କାର୍ଯ୍ୟରେ ଲାଗୁଛି ବୋଲି ହାଇବା ଡ୍ରାଇଭର କହିଥିବା ବେଳେ ଉଠୁଥିବା ମାଟି କେଉଁ ଜମିରୁ ଉଠୁଛି ସେ ସମ୍ବନ୍ଧରେ କହି ପାରିନାହିଁନ୍ତି।ରାତିରେ ମାଟି ବୁହା ହେଉଥିବାର ଅନେକ ସମୟରେ ଅଭିଯୋଗ ହେଉଥିବା ବେଳେ ପ୍ରଶାସନ ଏହା ଉପରେ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

Leave A Reply

Your email address will not be published.