ଟୀକାକରଣରେ ଭାରତ ପୁଣି ଇତିହାସ ରଚିଲା। ୨ ଶହ କୋଟି ଡୋଜ୍ କ୍ଲବରେ ସାମିଲ ହେଲା ଭାରତ। ୧୮ ମାସରେ ୨ଶହ କୋଟି ଡୋଜ୍ ପୂରଣ କଲା ଦେଶ।୫୦ଟି ଦେଶକୁ ପ୍ରାୟ ୨୩ କୋଟି ଡୋଜ୍ ରପ୍ତାନୀ କରିଛି ଭାରତ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଦେଶରେ କୋଭିଡ୍ ଟିକାରକରଣ ୨୦୦ କୋଟି ପାର କରିଥିବା କାରଣରୁ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି: ଭାରତ ପୁନର୍ବାର ଇତିହାସ ସୃଷ୍ଟି କଲା। ୨୦୦ କୋଟି ଟିକା ଡୋଜ୍ ଅତିକ୍ରମ କରିଯାଇଥିବାରୁ ସମସ୍ତ ଭାରତୀୟଙ୍କୁ ଅଭିନନ୍ଦନ ଜଣାଉଛି। ଭାରତର ଟିକାକରଣ ଅଭିଯାନକୁ ପରିମାଣ ଓ ବେଗରେ ଅତୁଳନୀୟ କରାଇବାରେ ଅବଦାନ ଥିବା ଜନସାଧାଣଙ୍କ ପାଇଁ ଗୌରବାନ୍ବିତ ମନେକରୁଛି।

