News portal website
before header
[URIS id=5393]

ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!

0 543

ଅଷ୍ଟିନ ନ୍ୟୁଜ/ବଡଚଣା
ତା-୨୪-ଅପ୍ରେଲ-୨୦୨୪

Notice

ଆସନ୍ତା ୨୬ ତାରିଖରେ ବଡଚଣା ନିର୍ବାଚନ ମଣ୍ଡଳୀର ବିଧାନସଭା ବିଧାୟକ ପାର୍ଥିନୀ ବର୍ଷା ପ୍ରିୟଦର୍ଶିନୀ ଆସୁଛନ୍ତି।ସେନେଇ ନିର୍ବାଚନ ମଣ୍ଡଳୀର ୫ଟି ଜୋନରେ ବୈଠକ ଅନୁଷ୍ଠିତ ହୋଇଯାଇଛି।ଯୋନ ୧୯ ଓ ୨୦ ର ବୈଠକ ଗଜେନ୍ଦ୍ରପୁର ସ୍ଥିତ ଶନୀପୀଠରେ ବସିଥିଲା।ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ସାମଲଙ୍କ ପ୍ରତିନିଧି ତଥା ବିଜଦ ନେତା ଶ୍ରୀଯୁକ୍ତ ରତିକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ କର୍ମୀମାନେ ଏକଜୁଟ ହୋଇଥିଲେ।

ବୈଠକରେ ବ୍ଳକ ସଭାପତି ଅରବିନ୍ଦ ସାମଲ ଉପସ୍ଥିତ ଥିବା ବେଳେ,୫ ଟି ଜୋନରୁ ୧୦୦୦୦ ମଟର ସାଇକେଲ ରାଲି କରି ଛତିଆ ରୁ ମହାବିନାୟକ ପର୍ଯ୍ୟନ୍ତ ଆସିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।ଅପରାହ୍ନରେ ଛତିଆ ବଟ ଠାକୁର ଦର୍ଶନ ସାରି ଚଣ୍ଡିଖୋଲ ସ୍ଥିତ ମହାବିନାୟକଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି।

ଟିକଟ ଘୋଷଣା ପରେ ବର୍ଷାଙ୍କର ଏହା ପ୍ରଥମ ନିର୍ବାଚନ ମଣ୍ଡଳୀ ରାଜନୈତିକ ଗ୍ରସ୍ତ ହୋଇଥିବା ବେଳେ, ବଡ଼ଚଣା ବିଜୁ ଜନତା ଦଳ କିଭଳି ଭବେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ରାଜନୈତିକ ସହଯୋଗ କରୁଛି ବଡଚଣା ବାସୀଙ୍କ ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.