News portal website
before header
[URIS id=5393]

ଆଜି ରାଷ୍ଟ୍ରପତି ନିର୍ବାଚନ

0 137

ଆଜି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ପାଇଁ ଆଜି ହେବାକୁ ଯାଉଛି ନିର୍ବାଚନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଓଡ଼ିଶା ବିଧାନସଭା ପକ୍ଷରୁ ସବୁ ପ୍ରସ୍ତୁତି ଶେଷ ହୋଇଛି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ବୁଥ୍ କେନ୍ଦ୍ର କରାଯାଇଛି । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ସାଂସଦମାନେ ମଧ୍ୟ ଏଠାରେ ନିଜର ଭୋଟ୍ ସାବ୍ୟସ୍ତ କରିପାରିବେ । ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ସହ ଅନ୍ୟ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ତେବେ ଚଳିତ ଥର ମଇଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ସମର୍ଥିତ ପ୍ରାର୍ଥୀ ଯଶୱନ୍ତ ସିହ୍ନା। ଜୁଲାଇ ୨୧ରେ ହେବ ଭୋଟ ଗଣତି ଏବଂ ୨୫ରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

Leave A Reply

Your email address will not be published.