News portal website
before header
[URIS id=5393]

ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!

0 572

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୮-ଅପ୍ରେଲ-୨୦୨୪

ବଡଚଣା ବିଜେଡିରେ ବଢୁଛି ସସପେନ୍ସ।ଘଡିକେ ଘୋଡା ଛୁଟୁଛି!ବିଭିନ୍ନ ଗୋଷ୍ଠୀ ସଂଗଠନ ପାଇଁ କରୁଛନ୍ତି ବୈଠକ।୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବାଏ ବାଏ କହି ବଜେଡିରେ ଯୋଗ ଦେଇଥିବା ବଡଚଣାର ଯୁବନେତା ଶ୍ରୀଯୁକ୍ତ ଜନ୍ମେଜୟ ଲେଙ୍କାଙ୍କୁ ଟିକେଟ ମିଳିବା ନେଇ ମେଳି କରିଛନ୍ତି ସମର୍ଥକ।

ଅପରାହ୍ନରେ ତାଙ୍କ ବାସ ଭବନରେ ଶହ ଶହ ସମର୍ଥକ କର୍ମୀ ନେତା ଏକଜୁଟ ହୋଇଏହା ଉପରେ ଏକ ମାନସ ମନ୍ଥନ କରିଥିବା ଜଣାପଡ଼ିଛି।ଅନ୍ୟପଟେ ଆଗାମୀ ନିର୍ବାଚନରେ ଟିକେଟ ଦେବା ପ୍ରତିଶ୍ରୁତିରେ ଦଳୀୟ ନେତା ଦଳରେ ସାମିଲ କରିଥିବା ବେଳେ,ଏଯାବତ ଟିକେଟ ଘୋଷଣା ନ ହେବା କର୍ମୀ ସମର୍ଥକ ନେତାଙ୍କୁ ବ୍ୟସ୍ତ ବିବ୍ରତ କରିଛି।ଅନ୍ୟପଟେ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ମଧ୍ୟ ଧାନମଣ୍ଡଳ ଠାରେ ସମର୍ଥକ ନେତାଙ୍କୁ ନେଇ ଏକ ବୈଠକ ବସାଇଥିବାର ବିଶ୍ୱସ୍ଥ ସୂତ୍ରରୁ ଜଣା ପଡ଼ିଛି।ଆଗାମୀ ଦିନରେ ଦଳୀୟ ସୁପ୍ରିମୋ କାହାକୁ ଟିକେଟ ଦେଉଛନ୍ତି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.