EOWର ଅନୁରୋଧ କ୍ରମେ ୩ ଚାଇନା ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି । ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି କରାଯାଇଛି। ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକିଥିବା ଅଭିଯୋଗରେ ଏହି ସର୍କୁଲାର ଜାରି କରାଯାଇଛି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଏହି ସାଇବର ଠକେଇର ଶିକାର ହୋଇଛନ୍ତି ଓଡ଼ିଶା ସମେତ ଦେଶର ପ୍ରାୟ ୧ ଲକ୍ଷ ଲୋକ । କ୍ରେଡିଟ ଗୋଲ୍ଡ ଲୋନ୍ ଆପ୍ ମାଧ୍ୟମରେ ବେଆଇନ ସଂସ୍ଥା କରି ଲୁଟ୍ କରୁଥିଲେ ଏହି ସାଇବର ଠକ। କେବଳ ଭାରତରେ ନୁହେଁ ଭାରତ ସମେତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ପାକିସ୍ତାନ, ନେପାଳ, ବାଂଲାଦେଶରେ ବି ଚାଲିଛି ରାକେଟ।

