News portal website
before header
[URIS id=5393]

ବଡ଼ଚଣା ବ୍ଳକ ନୂତନ କଂଗ୍ରେସ ସଭାପତି ସୁରେଶ ସାହାଣୀ।

0 617

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୮-୦୩-୨୦୨୪

ଓଡିଶା ପ୍ରଦେଶ କଂଗ୍ରେସ କମିଟି (OPCC)ଯାଜପୁର ଜିଲ୍ଲା ବଡଚଣା ବ୍ଳକରେ ଶ୍ରୀଯୁକ୍ତ ସୁରେଶ କୁମାର ସାହାଣୀଙ୍କୁ ନୂତନ ଭାବେ ସଭାପତି ନିଯୁକ୍ତ କରିଥିବା ନେଇ ଚିଠି ଜାରି କରିଛି।

ଆଗକୁ ସଂଗଠନ ସୁଦୃଢ କରିବା ସହ,ଦଳର ବରିଷ୍ଠ, ନେତୃବୃନ୍ଦ,ଯୁବଛାତ୍ର,ମହିଳା ଓ ମାଇନର କମ୍ୟୁନିଟିର ସମସ୍ତଙ୍କୁ ନେଇ ସକ୍ରିୟ ରହିବି ଏବଂ ଦଳ ଯେଉଁ ଦାୟିତ୍ୱ ଦେଇଛି ତାହାକୁ ଶତପ୍ରତିଶତ ନିର୍ବାହ କରିବି ବୋଲି ନବ ନିଯୁକ୍ତ ସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏହା ସହ କଂଗ୍ରେସ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ,ଏଆଇସିସି କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେ,ଏଆଇସିସି ଜେନେରାଲ ସେକ୍ରେଟାରୀ ତଥା ଓଡିଶା ଇନଚାର୍ଜ ଡକ୍ଟର ଅଜୟ କୁମାର, ଓପିସିସି କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ,ଓପିସିସି ଉପ-ସଭାପତି ଶ୍ରୀଯୁକ୍ତ ଶୁଭେନ୍ଦୁ ମହାନ୍ତି ଓ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କୁ ଶ୍ରୀଯୁକ୍ତ ସାହାଣୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.