News portal website
before header
[URIS id=5393]

ଚାକିରି ଅନିଶ୍ଚିତତାରେ ଶତକଡା ୯୫ ଭାଗ ଭାରତୀୟ।

0 207

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

Notice

୦୧/୦୫/୨୦୨୧

ପ୍ରତିଷ୍ଠାନର ‘ପ୍ୟୁପିଲ ଆଟ୍ ୱାର୍କ -୨୦୨୧ ଏ ଗ୍ଲୋବାଲ ୱାର୍କ ଫୋର୍ସ ଭ୍ୟୁ ’ ରିପୋର୍ଟ ଅନୁସାରେ କୋଭିଡ-୧୯ ମହାମାରୀ ଦ୍ୱିତୀୟ ଲହର ଏବେ ଭାରତରେ କର୍ମଜୀବିଙ୍କ ମଧ୍ୟରେ ନିଯୁକ୍ତି ସୁରକ୍ଷାକୁ ନେଇ ଆତଙ୍କ ସୃଷ୍ଟି କରିଛି। ପ୍ରାୟ ୯୫ ପ୍ରତିଶତ ଏବେ ସେମାନଙ୍କ ଆର୍ଥିକ ଅଥବା ନିଯୁକ୍ତି ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ତେବେ ସର୍ଭେକ୍ଷଣ ଅନୁଯାୟୀ ଲୋକଙ୍କ ଭାବନା ଏବେବି ସକରାତ୍ମକ ରହିଛି।

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ରୋଜଗାରକୁ ନେଇ ଆଶାବାଦୀ ଥିବା କହିଛନ୍ତି।ଏଡିପି ଗତ ବର୍ଷ ନଭେମ୍ବର ୧୭ ରୁ ଡିସେମ୍ବର ୧୧ ତାରିଖ ମଧ୍ୟରେ ବିଶ୍ୱର ୧୭ଟି ଦେଶରେ ୩୨ ହଜାର ୪୭୧ଜଣ କର୍ମଜୀବିଙ୍କୁ ନେଇ କରୋନାରେ ରୋଜଗାର ସୁରକ୍ଷା ସର୍ଭେ କରିଥିଲା। ତେବେ ଏଥିରେ ଅଂଶଗ୍ରହଣ କରିଥିବା ୮୬ ପ୍ରତିଶତ ବୃତ୍ତିଗତ ପ୍ରଭାବିତ ହୋଇଥିଲେ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ଅଂଶଗ୍ରହଣ କାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ ନିଯୁକ୍ତି ହରାଇଥିଲେ ଅଥବା କର୍ମସଂସ୍ଥାନରୁ ଅସ୍ଥାୟୀ ଭାବେ ଦୂରରେ ଥିଲେ। ସେହିପରି ୩୦ ପ୍ରତିଶତ ବେତନ ହ୍ରାସର ସମ୍ମୁଖୀନ ହୋଇଥିବା ବେଳେ ୨୫ ପ୍ରତିଶତଙ୍କ କାର୍ଯ୍ୟଘଣ୍ଟା ହ୍ରାସ ହୋଇଥିଲା।

ଏଡିପିର ପ୍ରଶାନ୍ତ ଏସିୟ କ୍ଷେତ୍ରର ସଭାପତି ପିଟର ହାଡଲେ କହିଛନ୍ତି ଯେ ଯେତେବେଳେ ଅଚାନକ ବ୍ୟବସାୟ ସାମୟୀକ ଅଥବା ସ୍ଥାୟୀ ଭାବେ ବନ୍ଦ ହୁଏ କିମ୍ବା କାର୍ଯ୍ୟକଳାପରେ ପରିବର୍ତ୍ତନ କରିବାକୁ ହୁଏ ସେତେବେଳେ କାର୍ଯ୍ୟକ୍ଷେତ୍ରରେ ଅନିଶ୍ଚିତତା ଅଥବା ବ୍ୟାଘାତ ସୃଷ୍ଟି ହେବା ନିଶ୍ଚିତ। ତେବେ ନିଯୁକ୍ତିଦାତା ଓ ଏଚଆର ଟିମ୍‌ ଉପୁଜିଥିବା ପରିସ୍ଥିତିରେ ସକରାତ୍ମକତା ବଜାୟ ରଖିବା ଦରକାର ବୋଲି ହାଡଲେ କହିଛନ୍ତି। ଯାହା ଦ୍ୱାରା କର୍ମଚାରୀ ଉତ୍ସାହିତ ଅନୁଭବ କରିପାରିବେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

କୋଭିଡ-୧୯ କୁ ନେଇ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ନକରାତ୍ମକତା ମଧ୍ୟ ଅନେକ ଗୁଣାରେ ହ୍ରାସ ହେବା ସହ ଉତ୍ପାଦନ ପ୍ରଭାବିତ ହେବ ନାହିଁ। ଶ୍ରମିକଙ୍କ ନୂତନ ଦକ୍ଷତା ବିକାଶ କରି ସେମାନଙ୍କୁ ସକ୍ଷମ କରାଯାଇପାରିବ ବୋଲି ହାଡଲେ କହିଛନ୍ତି। ତଥାପି ସର୍ଭେରୁ ୨ ତୃତୀୟାଂଶ କର୍ମଚାରୀ ଚାକିରୀ ହରାଇବା ନିଶ୍ଟିତ ବୋଲି ଏବେ ଭାବି ନେଇସାରିଥିବା ବେଳେ ୬୮ ପ୍ରତିଶତ ସେପରି କୌଣସି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ଆଶାବ୍ୟକ୍ତ କରନ୍ତି ବୋଲି ଜଣାପଡିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.