News portal website
before header
[URIS id=5393]

ଫ୍ରିଡ଼ମ ତେଲରୁ ବାହାରୁଛି ପାଣି!

0 246

ବଜାରରେ ବିକ୍ରି ହେଉଛି ପାଣି ମିଶା ଫ୍ରିଡ଼ମ ତେଲ;ଶୋଇପଡ଼ିଛି ଯୋଗାଣ ବିଭାଗ!

Notice

ବଜାରରୁ ଫ୍ରିଡ଼ମ ତେଲ କିଣୁଥିଲେ ସାବଧାନ!ଯଦି ଆପଣ ଫ୍ରିଡ଼ମ ତେଲ କିଣୁଛନ୍ତି ସେଥିରୁ ପାଣି ବାହାରି ପାରେ।ବାଲିଚନ୍ଦ୍ରପୁର ଅଞ୍ଚଳରେ ଏହି ତେଲକୁ ଯେଉଁମାନେ କିଣୁଛନ୍ତି ପ୍ୟାକେଟ ମଧ୍ୟରୁ ପାଣି ବାହାରୁଛି।

ବଜାରରେ ବିକ୍ରି କରୁଥିବା ଦୋକାନୀ କହୁଛନ୍ତି ଆମେ ଆଣୁଥିବା ଗାୟତ୍ରୀ ଓ ରାଉତ ଦୋକାନରୁ ଏଭଳି ଅଭିଯୋଗ ଦୁଇ ତିନିଥର ଆସିଲାଣି ଏନେଇ କିଛି କରାଯାଉନାହିଁ।ଖାଉଟି ଜଣକ ଟଙ୍କା ଦେଇ ତେଲ କିଣିଲା ପରେ ଘରେ ଆସି ମୁଣ୍ଡରେ ହାତ ଦଉଛି।

ଦୋକାନୀ ଏଭଳି କହି ଗ୍ରାହକଙ୍କୁ ବୁଝାଉଥିବାର,ଜଣେ ଗ୍ରାହକ ସ୍ପଷ୍ଟ ଭାବେ ଗଣମାଧ୍ୟମ ଆଗେ ପ୍ରତିକ୍ରିୟା ରଖିଛନ୍ତି।ତେବେ ବଜାରରେ ଏଭଳି ଦ୍ରଵ୍ୟ ଖୁଲୁମ ଖୁଲା ବିକ୍ରୀ କରାଯାଉଥିବା ବେଳେ ଯୋଗାଣ ବିଭାଗ ଶୋଇରହିଛି। ନା ଫୁଡ଼ ସ୍କ୍ୱାର୍ଡର ଚଢ଼ାଉ,ନା ଯୋଗାଣ ବିଭାଗ ବିକ୍ରୀ କରାଯାଉଥିବା ଦ୍ରବ୍ୟର ମାନ ଯାଞ୍ଚ କରୁଛି।ସମସ୍ତଙ୍କ ଶୋଇରହିବା ଅସାଧୁ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ସୁବିଧା ହେଉଛି।

ବିକ୍ରି ହେଉଥିବା ଫ୍ରିଡ଼ମ ତେଲର ଗୋଟିଏ ଲିଟର ପକେଟ ମୂଲ୍ୟ ୧୩୪ ଟଙ୍କା ରହିଛି।ବାଲିଚନ୍ଦ୍ରପୁର ଥାନା ଅଞ୍ଚଳର ଶାନ୍ତନୁ କୁମାର ସେନାପତି ବଜାରରୁ ଦୁଇ ପକେଟ ତେଲ କିଣିକି ଆଣିଥିଲେ।ଗୋଟିଏ ପକେଟ ତେଲ କାଟିବା ପରେ ପାଣି ଭାସୁଥିବାର ଦେଖବାକୁ ପାଇଥିଲେ।ଅନ୍ୟ ପକେଟ ହଲେଇବାରୁ ପକେଟ ମଧ୍ୟରୁ ପାଣିର ଶବ୍ଦ ଡବୁଡବୁ ହୋଇଥିବାର ଜାଣିବାକୁ ପାଇଥିଲେ।

ପକେଟକୁ ନ ଖୋଲି କେସ କରିବି ବୋଲି ଶାନ୍ତନୁ ସେନାପତି ପ୍ରତିକ୍ରିୟା ରଖିଛନ୍ତି।ଅପରପକ୍ଷରେ ଦୋକାନୀଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ଦୋକାନୀ ମଧ୍ୟ ସମାନ କଥା କହୁଥିବାର ଶୁଣିବାକୁ ମିଳିଛି।ଜିଲ୍ଲା-ଯୋଗାଣ ଓ ଖାଦ୍ୟ ନିରାପତ୍ତା ବିଭାଗ ଆଗାମୀ ଦିନରେ ପଦକ୍ଷେପ ନେଉଛି ନା ଶୋଇରହୁଛି ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.