News portal website
before header
[URIS id=5393]

ପରଲୋକରେ ଭେଟେରାନ ଅଭିନେତା:ବିକ୍ରମଜିତ

0 202

ଅଷ୍ଟିନ୍ ନ୍ୟୁଜ୍ / ଭୁବନେଶ୍ୱର

୧/୦୫/୨୦୨୧

କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍ କନୱରପାଲଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା ।ତାଙ୍କ ବିୟୋଗରେ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍ କରି ଲେଖିଛନ୍ତି ଯେ, ‘ଆଜି ସକାଳେ କୋଭିଡ୍ ଯୋଗୁଁ ଅଭିନେତା ମେଜର ବିକ୍ରମଜିତ୍ କନୱରପାଲଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ । ସେ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ଥିଲେ, ଯିଏ ଅନେକ ଫିଲ୍ମ ଏବଂ ଟେଲିଭିଜନ ସିରିଏଲରେ ସହାୟକ ଭୂମିକା ଗ୍ରହଣ କରିଥିଲେ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା ।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- theaustinnews@gmail.com

ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ୍ କନୱରପାଲ ୨୦୦୩ ମସିହାରେ ଅଭିନୟ ଜଗତରେ ପାଦ ଥାପିଥିଲେ । ସେ ପେଜ୍ ୩, ରକେଟ୍ ସିଂହ: ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ଟୁ, ଟୁ ଷ୍ଟେଟ୍ସ ଏବଂ ଗାଜି ଆଟାକ୍ ଭଳି ଫିଲ୍ମରେ ଅଭିନୟ କରିଥିଲେ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଫିଲ୍ମ ବ୍ୟତୀତ ସେ ଦିୟା ଔର ବାତି ହମ୍, ୟେ ହୈ ଚାହତେ, ଦିଲ୍ ହି ତୋ ହୈ ଏବଂ ୨୪ ଟେଲିଭିଜନ ସିରିଏଲରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।କରୋନା ମହାମାରୀ ଯୋଗୁଁ ବଲିଉଡ୍ ଜଗତକୁ ଅଧିକ କ୍ଷତି ସହିବାକୁ ପଡୁଛି । କୋଭିଡ୍-୧୯ ଯୋଗୁଁ ଅନେକ କଳାକାର ପ୍ରାଣ ହରାଇସାରିଲେଣି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.