News portal website
before header
[URIS id=5393]

ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ;AISF ଓଡ଼ିଶା।

0 474

ରାଜ୍ଯରେ ଗୋଷ୍ଠୀ ସଂକ୍ରମଣକୁ ଲକ୍ଷ୍ଯ କରି ସରକାର ନେବେ କି ନିଷ୍ପତ୍ତି?

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୦୧-୦୫-୨୦୨୧

ବର୍ତ୍ତମାନର ଘଡିସନ୍ଧି ମୂହୁର୍ତ୍ତରେ ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା କରୋନା ରୋଗୀ ବନାମ ଗୋଷ୍ଠୀ ସଂକ୍ରମଣକୁ ଏଡାଇବା ପାଇଁ ସରକାରଙ୍କ ଲକଡାଉନ ସଟଡାଉନ ଘୋଷଣାନାମା। ତେବେ ଏହି କରୋନା, ସରକାର ଏବଂ ପ୍ରଶାସନର ଛକାପଞ୍ଝାରେ ବଳି ପଡୁଛନ୍ତି ସାଧାରଣ ଜନତା।

ଦିନକୁ ଦିନ ସଂକ୍ରମଣ ବଢୁଥିବା ବେଳେ କରୋନା ମହାମାରୀରେ ପ୍ରାଣ ଯିବା ସଂଖ୍ଯା ମଧ୍ଯ ବଢୁଛି। ଏହି ପରିପ୍ରେକ୍ଷୀରେ ଏଆଇଏସଏଫ (ଅଖିଳ ଭାରତ ଛାତ୍ର ସଂଗଠନ) ପକ୍ଷରୁ, ରାଜ୍ୟ ସଭାପତି ସଂଘମିତ୍ରା ଜେନା, “AISF ODISHA ” ଟ୍ବିଟର ପେଜ୍ ରେ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ସରକାର ଅକ୍ସିମିଟର ଯୋଗାଇ ଦିଅନ୍ତୁ ବୋଲି ଟ୍ବିଟ କରିଛନ୍ତି।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜଦ ସୁପ୍ରିମୋ ନବୀନ ପଟ୍ଟନାୟକ, ରାଜ୍ଯ ସ୍ବାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ, ସ୍ପେଶାଲ ରିଲିଫ କମିସନର ବା ଏସଆରସି ପ୍ରଦୀପ କୁମାର ଜେନାଙ୍କ ସହ ପ୍ରମୁଖ ଗଣମାଧ୍ୟମର ସମ୍ପାଦକଙ୍କୁ ଟ୍ଯାଗ କରି ଜଣାଇଛନ୍ତି।

ବିଗତ ଦିନମାନଙ୍କରେ ସରକାର ଅସ୍ଥାୟୀ ଭାବେ ନିଯୁକ୍ତ କରିଥିବା ଏଏନଏମ ମାନଙ୍କ ଦାବି ଶୁଣିନଥିବା ବେଳେ, ବର୍ତ୍ତମାନ ସେମାନେ ସହଯୋଗ କରିବା ପାଇଁ ଅମଙ୍ଗ।ଏହି ସମୟରେ ସରକାର ଯଥାସମ୍ଭବ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କୁ ଅକ୍ସିମିଟର ଯୋଗାଇ ଦେବା ସହ ତୁରନ୍ତ କାର୍ଯ୍ଯରେ ନିୟୋଜନ କରିବା ପାଇଁ ଏଆଇଏସଏଫ ସଭାପତି ସଂଘମିତ୍ରା ଜେନା ଦାବି କରିଛନ୍ତି।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.