News portal website
before header

ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରଦ୍ଧାଳୁଙ୍କୁ ପୁରୀ ମନା

ପୁରୀ : ତା-୨୫-୧୧-୨୦୨୦ ଆସନ୍ତା କାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେ​ବେ କୋଭିଡ କଟକଣା କାରଣରୁ ଭକ୍ତ ମାନେ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ। ଜିଲା ବାହାର ଲୋକଙ୍କୁ ପୁରୀ ନ

ଜଗାକୁ ଏକାଛାଡି ଚାଲିଗଲା କାଳିଆ

ଭୁବନେଶ୍ବର: ତା-୨୫-୧୧-୨୦୨୦  ଜଗାକୁ ଏକାକରିି ଚାଲିଗଲା କାଳିଆ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଜି କାଳିଆର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା । ପ୍ରାୟ ଦୁଇବର୍ଷ ଧରି ସେଠାରେ ଚିକିତ୍ସା ପରେ ପରିବାର ସହ

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର:  ତା-୨୫-୧୧-୨୦୨୦ ଆସନ୍ତା ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣ ଭାଗରେ ଏହି ଲଘୁଚାପ  ସୃଷ୍ଟି ହୋଇପାରେ। ଏପଟେ ସାମୁଦ୍ରିକ

ପରୀ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ବର:  ତା-୨୫-୧୧-୨୦୨୦ ବହୁ ଚର୍ଚ୍ଚିତ ପରୀ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ପରି ମୃତ୍ୟୁ ଓ ତା ବାପମାଙ୍କ ବିଧାନସଭା ଆଗରେ ଆତ୍ମହୁତି ଦେବା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ଗୃହ

ବିଜୟ ସିହ୍ନା ହେଲେ ବିହାର ବିଧାନସଭାର ନୂତନ ବାଚସ୍ପତି

ନୂଆଦିଲ୍ଲୀ: ତା-୨୫-୧୧-୨୦୨୦ ବିହାରର ରାଜନୈତିକ ଇତିହାସରେ ପାଞ୍ଚ ଦଶନ୍ଧି ପରେ ବିହାରର ସଂସଦ ଇତିହାସରେ ଆଜି ଏକ ବିଶେଷ ଦିନ, ଯେତେବେଳେ ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଧାନସଭା ନିର୍ବାଚନ ପରେ ଏନଡିଏ ବର୍ତ୍ତମାନ ବିହାର ବିଧାନସଭା

ଦାୟିତ୍ବ ନେଲେ ଉତ୍କଳ ବିଶ୍ବବିଦ୍ୟାଳୟ ନୂଆ କୁଳପତି

ଭୁବନେଶ୍ବର:  ତା୨୫-୧୧-୨୦୨୦ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଫେସର୍‌ ସବିତା ଆଚାର୍ଯ୍ୟ। ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମଥର ପାଇଁ ଜଣେ ମହିଳା ପ୍ରଫେସର୍‌ ଭାବେ ସେ ଏହି ପଦର ଗୁରୁ ଦାୟିତ୍ଵ ତୁଲାଇବେ।  ଗୁଣାତ୍ମକ ଶିକ୍ଷା ସହ ଗବେଷଣା,

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଦଳରେ ମିଳିବ ଟଙ୍କା

ଭୁବନେଶ୍ୱର: ତା-୨୫-୧୧-୨୦୨୦  ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୨୦୧୩ ମସିହାରୁ ଯୁକ୍ତ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୫ ହଜାର

IIFL ଲୁଟର ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ତା-୨୫-୧୧-୨୦୨୦  କଟକ IIFL ଲୁଟ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ଲାଲା ଅମ୍ରିତ ରାୟକୁ ଗିରଫକରିଛି ପୋଲିସ। ଲାଲା ଅମ୍ରିତ ରାୟ ସମେତ ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଲାଲା ନିକଟରୁ ଅଡି କାର ଓ ବୁଲେଟ ଜବତ ହୋଇଛି।  ଜବତ ଗାଡ଼ି ଅନ୍ୟ ନାଁରେ କିଣି ନିଜେ ରଖିଥିଲା ଲାଲା। ଏ

ସ୍ଥଳଭାଗ ମୁହାଁ ବାତ୍ୟା ‘ନାଭିର’

ଭୁବନେଶ୍ବର ତା-୨୫-୧୧-୨୦୨୦ ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି।  ନିଭାର୍‌ ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିବ ବୋଲି

କରୋନାରେ ପ୍ରାଣ ହରାଇଲେ ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ

ନୂଆଦିଲ୍ଲୀ: କଂଗ୍ରେସର ଜଣେ ଭେଟେରାନ ନେତା ଅହମ୍ମଦ ପଟେଲ ଆଜି ସକାଳେ ପ୍ରାଣ ହରାଇଛନ୍ତି। ତାଙ୍କ ପୁଅ ଫୈଜଲ ଟ୍ୱିଟ କରି ତାଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କୁ ଗୁରୁଗ୍ରାମର ମେଣ୍ଡାଟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେ ସକାଳ 3:30 ରେ ଶେଷ ନିଶ୍ୱାସ