News portal website
before header
[URIS id=5393]

ସ୍ଥଳଭାଗ ମୁହାଁ ବାତ୍ୟା ‘ନାଭିର’

0 132

ଭୁବନେଶ୍ବର

ତା-୨୫-୧୧-୨୦୨୦

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ନିଭାର ବର୍ତ୍ତମାନ ଅଧିକ ଶକ୍ତିଶାଳୀ ହୋଇ ସ୍ଥଳ ଭାଗ ଆଡକୁ ମାଡ଼ି ଆସୁଛି।  ନିଭାର୍‌ ଅତି ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୪୫ କିମି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଅତ୍ୟନ୍ତ ଭୀଷଣ ସାମୁଦ୍ରିକ ଝଡ଼ ନିଭାର ଆଜି ସନ୍ଧ୍ୟା ସୁଦ୍ଧା ପୁଡୁଚେରୀର କରାଇକେଲରୁ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳକୁ  ନିଭାର ପ୍ରଭାବରେ ପବନର ଘଣ୍ଟା ପ୍ରତି ବେଗ ୧୨୦ରୁ ୧୩୦ କିମି ଓ ବେଳେବେଳେ ଏହା ୧୪୫ କିମି ଛୁଇଁବାର ଆଶଙ୍କା ରହିଛି।

ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ଓ ପୁଡୁଚେରୀରେ ହାଇଆଲର୍ଟ ଜାରି କରାଯାଇଛି। ପୁଡୁଚେରୀ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଲୋକଙ୍କ ଯାତାୟାତ ଉପରେ କଟକଣା ଲଗାଇଛନ୍ତି। ଆଜି ରାତି ୯ଟାରୁ ଆସନ୍ତାକାଲି ସକାଳ ୬ଟା ଯାଏ ରାସ୍ତାରେ କେହି ବି ଚଳ ପ୍ରଚଳ କରିପାରିବେ ନାହିଁ ବୋଲି ସେ କହିଛନ୍ତି। ଏଥିସହ କେବଳ ଅତ୍ୟାବଶ୍ୟକ ଦୋକାନକୁ ଛାଡ଼ିଦେଲେ, ଆଉ ସବୁ କିଛି ବନ୍ଦ ରହିବ। ସେହିପରି ତାମିଲନାଡୁରେ ଆଜି କେବଳ ଜରୁରୀ କାଳୀନ ସେବାରେ ନିୟୋଜ ଅନୁଷ୍ଠାନକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିଛି। ଉଦ୍ଧାର କାର୍ଯ୍ୟ ପାଇଁ ଏବେ ଠାରୁ ଏନଡିଆରଏଫର ଯବାନ ମୁତୟନ ହୋଇଛନ୍ତି।

ଓଡ଼ିଶାର କଟକ, ବିଜୟୱାଡା ଓ ଥ୍ରୀସୁରରେ ଆଉ ୨୦ଟି ଟିମ୍‌ ଷ୍ଟାଣ୍ଡବାଏରେ ରହିଛନ୍ତି। ଖାଲି ସେତିକି ନୁହେଁ, ଭାରତୀୟ ନୌସେନା ମଧ୍ୟ ନିୟମିତ ଭାବେ ତାମିଲନାଡୁ ଓ ପୁଡୁଚେରୀ ସରକାରଙ୍କ ଯୋଗାଯୋଗରେ ରହିଛି। ଏଥିସହ ନୌସେନା ଜାହାଜ, ବିମାନ ଓ ଉଦ୍ଧାରକାରୀ ଦଳ ମଧ୍ୟ ଆଲର୍ଟରେ ରହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.