News portal website
before header
[URIS id=5393]

ଆସନ୍ତା କାଲି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ : ଶ୍ରଦ୍ଧାଳୁଙ୍କୁ ପୁରୀ ମନା

0 161

ପୁରୀ :

ତା-୨୫-୧୧-୨୦୨୦

ଆସନ୍ତା କାଲି ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ତେ​ବେ କୋଭିଡ କଟକଣା କାରଣରୁ ଭକ୍ତ ମାନେ ଏହି ଅପୂର୍ବ ବେଶକୁ ଦର୍ଶନ କରିବାରୁ ବଞ୍ଚିତ ହେବେ। ଜିଲା ବାହାର ଲୋକଙ୍କୁ ପୁରୀ ନ ଆସିବା ଲାଗି ପୁରୀ ପ୍ରଶାସନ ନିବେଦନ କରିଛି। ଉପଜିଲାପାଳ ଭବତାରଣ ସାହୁ ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଲୋକ କେବଳ ପତିତପାବନ ଦର୍ଶନ କରିପାରିବେ। ଶ୍ରୀମନ୍ଦିର ତିନି ଦ୍ୱାରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ଉତ୍ତର ଓ ଦକ୍ଷିଣ ଦ୍ୱାରରେ ପ୍ରବଳ ଭିଡ଼ ହେବାର ସମ୍ଭାବନା ଥିବାରୁ ଜଗନ୍ନାଥ ବଲ୍ଲଭ ମଠରେ ଅବଢ଼ା ପ୍ରଦାନ କରାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ରାତି ଦୁଇଟାରୁ ଦୁଆରଫିଟା ଆରମ୍ଭ ହୋଇ ମହାପ୍ରଭୁଙ୍କ ନୀତିକାନ୍ତି ଆରମ୍ଭ ହେବ।ଅନ୍ୟପକ୍ଷେ ଦୀର୍ଘ ବର୍ଷ ପରେ ଏହି ବେଶ ପଡୁଥିବାରୁ ଏହାକୁ ଦେଖିବା ପାଇଁ ଭକ୍ତ ଉତ୍ସୁକତାର ସହ ଅପେକ୍ଷା କରିଥିଲେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.