News portal website
before header
[URIS id=5393]

ରାଜ୍ୟରେ ଆଜିଠାରୁ ଆରମ୍ଭ ସକାଳୁଆ ସ୍କୁଲ!

0 170

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୨-ଅପ୍ରେଲ-୨୦୨୪

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦେଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅପ୍ରେଲ ୨ ରୁ ସକାଳୁଆ ସ୍କୁଲ ଖୋଲିବାକୁ ଚିଠି ଲେଖିଥିଲେ।କେବଳ ସ୍କୁଲ ନୁହଁ ଅଙ୍ଗନବାଡ଼ି ମଧ୍ୟ ସକାଳୁ ଆରମ୍ଭ କରିବା ଲାଗି ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟ ଚିଠି ଜାରି କରିଛି।

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ପିଲା ଶିକ୍ଷକ ଶିକ୍ଷୟିତ୍ରୀ ଯାଉଥିବାର ଦେଖିବାକୁ ମିଳିଛି।ସକାଳ ୭ଟା ରେ ସ୍କୁଲ ଆରମ୍ଭ ହୋଇ ୧୧ ଟା ମଧ୍ୟରେ ଛୁଟି କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ,ଅଙ୍ଗନବାଡ଼ି କେନ୍ଦ୍ର ସକାଳ ୭ ରୁ ଆରମ୍ଭ ହୋଇ ୧୦ ଭିତରେ ଛୁଟି ହେବାକୁ ମହିଳା ଓ ଶିଶୁ ବିକାଶ ବିଭାଗ ବିଭାଗ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.