News portal website
before header
[URIS id=5393]

ଯୁଗାନ୍ତର ସାଂସ୍କୃତିକ ପରିଷଦର ଉତ୍କଳ ଦିବସ ପାଳନ।

0 291

ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୦୧-ଅପ୍ରେଲ-୨୦୨୪

ଯୁଗାନ୍ତର ସାଂସ୍କୃତିକ ପରିଷଦ ରଇପୁର ଅନୁଷ୍ଠାନର ୪୫ତମ ଉତ୍କଳ ଦିବସ କାର୍ଯ୍ୟକ୍ରମ ବାଲିକୁଦା ମା ମଙ୍ଗଳା କଲ୍ୟାଣ ମଣ୍ଡପରେ ପାଳନ ହୋଇଯାଇଛି।

ପୂର୍ବତନ ବ୍ଳକ ଚେୟାରମ୍ୟାନ ତଥା କବି ପ୍ରଭାକର ଶତପଥୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ହରିହର କାନୁନଗୋ ମୁଖ୍ୟଅତିଥି ଓ ଯାଜପୁର ଜିଲ୍ଲା ଲେଖକ ସମ୍ମିଳନୀର ସଭାପତି ସାହିତ୍ୟକ ଡ଼ ରୁଦ୍ର ନାରାୟଣ ପୃଷ୍ଟି ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ।

ଉତ୍କଳ ଦିବସ ସମ୍ମାନରେ ଅନୁଷ୍ଠାନ ତରଫରୁ ପ୍ରାକ୍ତନ ସାଂସଦ ମୋହନ ଜେନା ସ୍ମୃତି ସମ୍ମାନରେ ମୁଖ୍ୟ ଅତିଥି ହରିହର କାନୁନଗୋ ସମ୍ମାନିତ କରାଯାଇଥିବା ବେଳେ ଶିଖାବିତ ପ୍ରଫେସର ଅଶୋକ କୁମାର ସ୍ମୃତି ସମ୍ମାନରେ ମୁଖ୍ୟବକ୍ତା ରୁଦ୍ରନାରାୟଣ ପୃଷ୍ଟି,ସମାଜସେବୀ ରତିକାନ୍ତ ପ୍ରଧାନ ସ୍ମୃତି ସମ୍ମାନରେ ବିଶିଷ୍ଟ ଚକ୍ଷୁ ରୋଗ ବିଶେଷଜ୍ଞ ସାହିତ୍ୟକ ଡ଼ା.ରାଜକିଶୋର ପଣ୍ଡା,ସମାଜସେବୀ ଗୋପୀନାଥ ବଳ ସ୍ମୃତି ସମ୍ମାନରେ ଅଖିଳ ଚକ୍ର ସମ୍ପାଦକ ସାହିତ୍ୟକ ଶ୍ରୀ ହରେକୃଷ୍ଣ ପଣ୍ଡା,ଯୁବ ଇଞ୍ଜିନିୟର ଉନ୍ମେଷ ସାମଲ ସ୍ମୃତି ସମ୍ମାନରେ ସମାଜସେବୀ ଡା. ଆଦ୍ୟା ଆନନ୍ଦିତା,ଧର୍ମପ୍ରାଣା ସରସ୍ୱତୀ ଦେବୀ ସ୍ମୃତି ସମ୍ମାନରେ ବିଶିଷ୍ଟ ଚିତ୍ରଶିଳ୍ପୀ,ବାଲୁକା ଶିଳ୍ପୀ ଶ୍ରୀ ଚିତ୍ରସେନ ବେହେରା,ଇଂ ଅଂଶୁମାନ ବେହେରା ସ୍ମୃତି ସମ୍ମାନରେ ଅଧ୍ୟୟନରତ ଡାକ୍ତରୀ ଛାତ୍ର ଶ୍ରୀମାନ ରଜନୀକାନ୍ତ ପରିଡା,ଧର୍ମପ୍ରାଣା ମନୋରମା ନାୟକ ସ୍ମୃତି ସମ୍ମାନରେ ଆଦର୍ଶ ଶିକ୍ଷକ କବି ଗଙ୍ଗାଧର ମହାନ୍ତି, ସମାଜସେବୀ ନାରାୟଣ ସାମନ୍ତରାୟ ସ୍ମୃତି ସମ୍ମାନରେ ବରିଷ୍ଠ ସ୍ତମ୍ଭକାର ଶ୍ରୀଯୁକ୍ତ ମିହିର ପ୍ରତାପ ଦାସ,ପଣ୍ଡିତ ବୈଷ୍ଣବଚରଣ ନନ୍ଦ ସ୍ମୃତି ସମ୍ମାନରେ ବିଶିଷ୍ଟ ଶିକ୍ଷାବିତ,ସମାଜ ସଂସ୍କାରକ ଶ୍ରୀଯୁକ୍ତ କୂଳମଣୀ ଶୁଳ୍କ, ସମାଜସେବୀ ନିରାକାର ଜେନା ସ୍ମୃତି ସମ୍ମାନରେ ଆଦର୍ଶ ଶିକ୍ଷକ ବ୍ରଜ ମୋହନ ସାମଲ,ସମାଜସେବୀ ମହନିଚରଣ ଭୂୟାଁ ସ୍ମୃତି ସମ୍ମାନରେ ସାହିତ୍ୟିକ ଆଦର୍ଶ ଶିକ୍ଷକ ଡ଼. ମହେଶ୍ବର ଜେନା ସାମନ୍ତ ସମ୍ମାନିତ ହୋଇଥିବା ବେଳେ,ଆଦର୍ଶ କୃଷକ ଶୁକଦେଵ ଜେନା ସ୍ମୃତି ସମ୍ମାନରେ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଶାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ପାଦକ ଡ଼. ଭାଗ୍ୟଧର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ସଭାପତି କିଶୋର ଚନ୍ଦ୍ର ଦାସ ମଞ୍ଚରେ ଉପସ୍ଥିତ ଥିଲେ।ସମ୍ମାନିତ କାର୍ଯ୍ୟକ୍ରମ ଶେଷ ପରେ କବିତା ପାଠ ଉତ୍ସବ ହୋଇଥିଲା,ଉତ୍କଳ ଦିବସ ଉପଲକ୍ଷେ ବାଲୁକା କଳାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ବାଲୁକାଶିଳ୍ପୀ ଚିତ୍ରସେନ ବେହେରା କରିଥିବାର ଦେଖିବାକୁ ମିଳିଥିଲା।

ଯୁଗାନ୍ତର ସାଂସ୍କୃତିକ ପରିଷଦର ସଭ୍ୟ ସଭ୍ୟା ଶିକ୍ଷକ ସମାଜସେବୀ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.