News portal website
before header
[URIS id=5393]

ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ ବଦଳରେ ମିଳିବ ଟଙ୍କା

0 162

ଭୁବନେଶ୍ୱର:

ତା-୨୫-୧୧-୨୦୨୦

 ଏଣିକି ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଦଳରେ ୩୦ ହଜାର ଟଙ୍କା ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଜୁ ଯୁବ ସଶକ୍ତୀକରଣ ଯୋଜନାରେ ୨୦୧୩ ମସିହାରୁ ଯୁକ୍ତ୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଲାପଟପ୍‌ ବଣ୍ଟନ କରାଯାଉଥିଲା। ତେବେ ଗତ କିଛି ଦିନ ହେବ କେତେକ ଛାତ୍ରଛାତ୍ରୀ ଲାପଟପ୍‌ ନେଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷଠାରୁ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଲାପଟପ୍‌ ବଦଳରେ ଟଙ୍କା ଦିଆଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେଥିପାଇଁ ମେଧାବୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଯିବ। ଏଥିପାଇଁ ଏକ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି। ହିତାଧିକାରୀ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ବିବରଣୀ ପ୍ରସ୍ତୁତ କରିବା ପାଇଁ ଓକାକ୍‌ ଓ ସାମ୍ସ ମିଳିତ ଭାବେ ଏହି ସଫ୍ଟୱେୟାର ପ୍ରସ୍ତୁତ କରୁଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.