News portal website
before header
[URIS id=5393]

ଜଗାକୁ ଏକାଛାଡି ଚାଲିଗଲା କାଳିଆ

0 485

ଭୁବନେଶ୍ବର:

ତା-୨୫-୧୧-୨୦୨୦

 ଜଗାକୁ ଏକାକରିି ଚାଲିଗଲା କାଳିଆ । କଟକ ଏସସିବିରେ ଚିକିତ୍ସାଧିନ ଅବସ୍ଥାରେ ଆଜି କାଳିଆର ମୃତ୍ୟୁ ହୋଇଛି । ଦିଲ୍ଲୀ ଏମ୍ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା । ପ୍ରାୟ ଦୁଇବର୍ଷ ଧରି ସେଠାରେ ଚିକିତ୍ସା ପରେ ପରିବାର ସହ ଦୁଇ ଭାଇ ଓଡ଼ିଶା ଫେରିଥିଲେ । ଦିଲ୍ଲୀ ଏମ୍ସ ତତ୍ତ୍ୱାବଧାନରେ କଟକ ଏସସିବିରେ ଏକ ଡାକ୍ତରୀ ଦଳ ଦୁଇ ଭାଇଙ୍କ ଚିକିତ୍ସା କରୁଥିଲେ । ଦିଲ୍ଲୀରୁ ଏମ୍ସରୁ ଆସି ଏସସିବିରେ ୨୦୧୯, ସେପ୍ଟେମ୍ବର ୭ ତାରିଖରେ ଜଗା-କାଳିଆଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ଆସିବା ଦିନଠାରୁ ଜଗା  ସୁସ୍ଥ ରହିବା ସହ ୱାର୍ଡରେ ଖେଳାବୁଲା କରୁଥିଲା। କିନ୍ତୁ କାଳିଆ ସେହି ଦିନଠାରୁ ହିଁ ଶୋଇ ରହୁଥିଲା। ବାରମ୍ବାର ଜ୍ବର, ବାତ ମାରିବା ସହ ଆସିବା ଦିନଠାରୁ କାଳିଆକୁ ନାଜାଲ ଫିଡିଙ୍ଗ ଦିଆଯାଉଥିଲା। ତାର ସ୍ବାସ୍ଥ୍ୟବସ୍ଥାରେ ପ୍ରଥମରୁ ଉତ୍ସାହଜନକ ଉନ୍ନତି ଘଟୁନଥିଲା। ଫଳରେ ବିଭିନ୍ନ ସମୟରେ କାଳିଆକୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା। ତେବେ ଦୁଇ ଦିନ ହେଲା କାଳିଆର ଅବସ୍ଥା ଅଧିକ ସଙ୍କଟାପନ୍ନ ଥିବାରୁ ତାକୁ ‌ଭେଣ୍ଟିଲେଟରରେ  ଭର୍ତ୍ତି କରାଯାଇ ଥିଲା । କିିନ୍ତୁ ବର୍ତ୍ତମାନ କାଳିଆର ମୃତ୍ୟୁ ହୋଇଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.