News portal website
before header
Browsing Tag

Assembly update

୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍‌ ଟାୱାର

ଗାଁରେ ଟେଲିଫୋନ୍‌ ଟାୱାର ନ ଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ କଲେ ବିରୋଧୀ । ଅଧିକ ଟେଲିଫୋନ୍‌ ଟାୱାର ନିର୍ମାଣ ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଦାବି । ୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍‌ ଟାୱାର । ୧୫୮ଟି ଟେଲିଫୋନ୍‌ ଟାୱାର ନିର୍ମାଣ ସରିଛି, ଯାହା ୧୦ଟି ଜିଲ୍ଲାରେ ସୀମିତ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ ୪୪,୨୪୫ ଜଣ ଛାତ୍ରଛାତ୍ରୀ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ୧୫୨ କୋଟି ସହାୟତା : ମନ୍ତ୍ରୀ

କରୋନା ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରଖାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ।

ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ

ଦୂଷିତ ହୋଇଛି ମହାନଦୀ ଓ ବ୍ରାହ୍ମଣୀ ନଦୀ ଜଳ। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଲିଖିତ ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୧୧ଟି ମୁଖ୍ୟ ନଦୀର ୧୨୯ଟି ସ୍ଥାନରେ ଜଳ ମାନ ପରୀକ୍ଷଣରୁ ସ୍ପଷ୍ଟ

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଉପରେ ଲାଗୁ ଜିଏସଟି ପ୍ରସଙ୍ଗ

ବିଧାନସଭାର ଶୂନ୍ୟକାଳରେ ଉଠିଲା ମୁଢ଼ି, ଚୂଡା ଇତ୍ୟାଦି ଉପରେ ଲାଗିଥିବା ଜିଏସଟି ପ୍ରସଙ୍ଗ । ଗୃହର ମଧ୍ୟ ଭାଗରେ କଂଗ୍ରେସ ବିଧାୟକ ମାନେ ହଟ୍ଟଗୋଳ କରିବାରୁ ଗୃହକୁ ଅପରାହ୍ନ ୪ ଯାଏ ମୁଲତବୀ ଘୋଷଣା କଲେ ବାଚସ୍ପତି । ଏନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖି କହିଛନ୍ତି

କେବେ ଖୋଲିବ ପୁରୀ ରତ୍ନଭଣ୍ଡାର? ବିଧାନସଭାରେ ଉତ୍ତର ଦେଲେ ମନ୍ତ୍ରୀ

ପୁରୀ ରତ୍ନଭଣ୍ଡାର କେବେ ଖୋଲିବ ? ଏବଂ ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ରହିଛି ? ଏହାର ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ? ବିଧାନସଭାରେ ଆଜି ଏ ଭଳି ପ୍ରଶ୍ନ କରିଛନ୍ତି ବିଧାୟକ ମୋହନ ଚରଣ ମାଝୀ । ଏହାର ଲିଖିତ

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି

ରାଜଧାନୀ ଭୁବନେଶ୍ୱରରେ ହେବ ସାଇନ୍ସ ସିଟି। କୋଲକାତା ସାଇନ୍ସ ସିଟି ଭଳି ଭୁବନେଶ୍ୱରରେ ମଧ୍ୟ ସାଇନ୍ସ ସିଟି ହେବ। ଆଜି ଏ ନେଇ ବିଧାନସଭାରେ ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୩୦ ଏକର ଜମି ଯୋଗାଇ ଦେଇଛନ୍ତି। ସେହିପରି ପୁରୀରେ