News portal website
before header
[URIS id=5393]

କେବେ ଖୋଲିବ ପୁରୀ ରତ୍ନଭଣ୍ଡାର? ବିଧାନସଭାରେ ଉତ୍ତର ଦେଲେ ମନ୍ତ୍ରୀ

0 145

ପୁରୀ ରତ୍ନଭଣ୍ଡାର କେବେ ଖୋଲିବ ? ଏବଂ ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅନ୍ୟ ରତ୍ନାଦି ଅଳଙ୍କାର ରହିଛି ? ଏହାର ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି ? ବିଧାନସଭାରେ ଆଜି ଏ ଭଳି ପ୍ରଶ୍ନ କରିଛନ୍ତି ବିଧାୟକ ମୋହନ ଚରଣ ମାଝୀ । ଏହାର ଲିଖିତ ଉତ୍ତରରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୂପା,ହୀରା ଓ ଅନ୍ୟାନ୍ୟ ରତ୍ନାଦି ରହିଛି ତାହା ସୁମାରି କରିବାକୁ ପ୍ରସ୍ତାବ ଆସିଲେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ମହାପ୍ରଭୁଙ୍କ ନାଁରେ ଓଡ଼ିଶାର ୨୪ଟି ଜିଲ୍ଲାରେ ମୋଟ ୬୦,୪୨୬.୯୪୩ ଏକର ଜମି ରହିଛି । ସେଥି ମଧ୍ୟରୁ ୩୪୩.୬୫୬ ଏକର ଜମି ବିକ୍ରୟ କରାଯାଇଥିବା ବେଳେ ୭୬୫.୫୦୫୫ ଏକର ଜମି ବିଭିନ୍ନ ପ୍ରକଳ୍ପ ପାଇଁ ଭୂ-ଅଧିଗ୍ରହଣ ହୋଇଛି । ଆଉ ଏଥିରୁ ମିଳିଥିବା ଅର୍ଥ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। 

Leave A Reply

Your email address will not be published.