News portal website
before header
[URIS id=5393]

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ ୪୪,୨୪୫ ଜଣ ଛାତ୍ରଛାତ୍ରୀ

0 178

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତଦନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲାୱାରୀ ତାଲିକା ଦେଇଛନ୍ତି।ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ କେଉଁ ଜିଲ୍ଲାରୁ କେତେ ଜଣ ପିଲା ଅନୁପସ୍ଥିତ ଥିଲେ, ସେନେଇ ଏକ ତାଲିକା ପ୍ରକାଶ ପାଇଛି। ଏହିି ତାଲିକାରେ ମୟୁରଭଞ୍ଜ ଜିଲ୍ଲା ଶୀର୍ଷରେ ଥିବା ବେଳେ ଏହି ଜିଲ୍ଲାର ୪୪୬୨ ଜଣ ପିଲା ଅନୁପସ୍ଥିତ ଥିଲେ । ସେହିପରି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା, ଯେଉଁଠି ୩୨୭୩ ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।

Notice
Leave A Reply

Your email address will not be published.