News portal website
before header
[URIS id=5393]

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ୧୫୨ କୋଟି ସହାୟତା : ମନ୍ତ୍ରୀ

0 151

କରୋନା ଲକଡାଉନ୍ ଯୋଗୁ ୨୦୨୦ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ରାଜ୍ୟକୁ ଫେରିଥିବା ୭.୬୦ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ  କ୍ୱାରେଣ୍ଟାଇନ ସେଂଟରରେ ରଖାଯାଇଥିଲା। ଏ ବାବଦରେ ରାଜ୍ୟ ସରକାର ୧୫୨.୧୨କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ନେଇ ବିଧାନସଭାରେ ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ। ସେ କହିଛନ୍ତି ଯେ କ୍ୱାରେଣ୍ଟାଇନ ସେଂଟରରେ ରହିବା ପାଇଁ ସରକାର ୨ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ ଘୋଷଣା କରିଥିଲେ । ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ୨୦୨୦ ମେ’ ୨୦ରୁ ୨୦୨୦ ଅକ୍ଟୋବର ୨୫ତାରିଖ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଂଟରରେ ରହିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ୨ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । କେବଳ ନୂଆପଡ଼ା ଜିଲ୍ଲାରେ ଖୁଦପେଜ ମାଣ୍ଡୋସିଲ୍ କ୍ୱାରେଣ୍ଟାଇନ ସେଂଟରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ ଓ ମାଣ୍ଡୋସିଲ୍ କ୍ୱାରେଣ୍ଟାଇନ ସେଂଟରରେ ଜଣେ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ । ସେହି ସମୟରେ ଉକ୍ତ ଦୁଇଜଣ ବ୍ୟକ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇନଥିଲେ । ଉଭୟଙ୍କ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

Notice
Leave A Reply

Your email address will not be published.