News portal website
before header
[URIS id=5393]

ଦାନ୍ତ ଉଠୁନଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଭାଇ ଭଉଣୀ

0 262

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

Notice

ତା-୨୯-୦୯-୨୦୨୧

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆସାମର ଦୁଇ ଭାଇ ଭଉଣୀଙ୍କ ଚିଠି। ଦାନ୍ତ ଉଠୁ ନଥିବାରୁ ଭାଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପ୍ରିୟ ମୋଦି ଜୀ…ଆମ ଦାନ୍ତ ଉଠୁନି। ତିନୋଟି ଦାନ୍ତ ଝଡି ଯାଇଛି। ଖାଇବାରେ ଅସୁବିଧା ହେଉଛି। ନିଜ ମନପସନ୍ଦର ଖାଦ୍ୟ ଖାଇ ପାରୁନୁ। ଖାଦ୍ୟ ଚୋବାଇବାରେ ମଧ୍ୟ ଅସୁବିଧା ହେଉଛି। ତେଣୁ ତୁରନ୍ତୁ ଏହି ସମସ୍ୟାର ସମାଧାନ କରନ୍ତୁ।’ ୬ ବର୍ଷୀୟା ରଜା ଓ ତାଙ୍କ ୫ ବର୍ଷୀୟ ଭାଇ ଆର୍ଯ୍ୟନ ଦୁଇଟି ଚିଠି ଲେଖିଛନ୍ତି । ବୟସ ଦାନ୍ତ ଉଠିବାରେ ବିଳମ୍ବ ହେଉଥିବାରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ସେମାନେ ଅଭିଯୋଗ କରିଛନ୍ତି । ଦାନ୍ତ ନ ଉଠୁଥିବାରୁ ଭାଇ ଭଉଣୀ ଏବେ ପିଏମ୍ ମୋଦୀଙ୍କ ସହାୟତା ଲୋଡିଛନ୍ତି। 

ସୋସିଆଲ ମିଡିଆରେ ଦୁଇ ଭାଇ ଭଉଣୀଙ୍କ ଚିଠିର ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟଟିକୁ ଦୁଇ ପିଲାଙ୍କ ଦାଦା ମୁଖତାର ଅହମ୍ମଦ ଶେଆର କରିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.