
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଚାନ୍ଦିପୁର ଡିଆର୍ଡିଓରୁ ଗୁପ୍ତ ତଥ୍ୟ ହାସଲ୍ କରିଥିବା ରହସ୍ୟମୟୀ ମହିଳାଙ୍କ ଫଟୋ ପାଇଛି ।
ଉକ୍ତ ରହସ୍ୟମୟୀ ମହିଳାଟି ସୋସିଆଲ ମିଡିଆରେ ୭ଟି ଆକାଉଣ୍ଟ ଖୋଲି ନିଜ ପ୍ରେମ ଜାଲରେ ଅଭିଯୁକ୍ତଙ୍କୁ ଫସାଉଥିଲା। ଗୋଟିଏ ଆକାଉଣ୍ଟରେ ପ୍ରୋଫାଇଲ ଫଟୋ ସହ ଭିଡିଓ କଲ୍ ମ୍ୟାଚ କରୁଥିବା ଜଣାଯାଇଛି। ତେବେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ରହସ୍ୟମୟୀ ମହିଳାଙ୍କୁ ଠାବ କରିବାକୁ ଇଣ୍ଟରପୋଲର ସହାୟତା ନେବ। ସେହିପରି ଡାଟା ଭେରିଫାଏ ହେଲା ପରେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଅଣାଯାଇପାରେ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଡିଆର୍ଡିଓ ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ରାତି ଅଧିଆ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଆଇଟିଆର୍ର ଠିକା ଏସି କର୍ମଚାରୀ ଅପରେଟର ବସନ୍ତ ବେହେରା ଓ ଶେଖ୍ ମୁଶାଫିର, ମେନ୍ଗେଟ କିପର ତାପସ ନାୟକ ଏବଂ ଡିଜି ଅପରେଟର ହେମନ୍ତ କୁମାର ମିସ୍ତ୍ରୀଙ୍କୁ ପୋଲିସ ଗିରଫ କରିଥିଲା। ଗୁପ୍ତ ତଥ୍ୟ ଚୋରି ଅଭିଯୁକ୍ତରେ କ୍ରାଇମବ୍ରାଞ୍ଚ ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରିଛି।
ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
